କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ନିଜ ଇଚ୍ଛାରେ ଅନ୍ୟ ସହ ରହିପାରିବେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ନିଜ ଇଚ୍ଛାରେ ଅନ୍ୟ ସହ ରହିପାରିବେ ମହିଳା

ନୂଆଦିଲ୍ଲୀ: ଜଣେ ପ୍ରାପ୍ତ ବୟସ୍କ ମହିଳା ବା ଯୁବତୀ ନିଜ ଇଚ୍ଛା ଅନୁସାରେ ଯେକୌଣସି ଲୋକ ସହ ଓ ଯେକୌଣସି ସ୍ଥାନରେ ରହିପାରିବେ। ଏଥିରେ କେହି ବି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ୨୦ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଅନୁମତି ଦେବା ବେଳେ କୋର୍ଟ ଏଭଳି କଥା କହିଛନ୍ତି।

ସାରା ଦେଶରେ ଏବେ ଲଭ ଜିହାଦ ଓ ଅନ୍ୟ ଧର୍ମରେ ବିବାହକୁ ନେଇ ବିତର୍କ ଚାଲିଛି। ବ୍ୟକ୍ତିଗତ ସ୍ୱାଧୀନତା ଓ ଅଧିକାର ଅନୁଯାୟୀ, ଜଣେ ପ୍ରାପ୍ତ ବୟସ୍କ ନିଜ ଇଚ୍ଛାରେ କ’ଣ ବିବାହ କରିପାରିବନି, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ଏସବୁ ଭିତରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ବିପିନ ସଂଘାଇ ଓ ଜଷ୍ଟିସ ରଜନୀଶ ଭଟ୍ଟନାଗର ସୁଲେଖା ନାମକ ଜଣେ ମହିଳାଙ୍କ ଆବେଦନର ଶୁଣାଣି କରିଥିଲେ।

ସୁଲେଖା ତାଙ୍କ ପରିବାର ଲୋକଙ୍କ ବିନା ଅନୁମତିରେ ବାବୋଲ ନାମକ ଜଣେ ବ୍ୟକ୍ତିଙ୍କ ସହ ରହୁଛନ୍ତି। ହେଲେ ଏହାକୁ ସୁଲେଖାଙ୍କ ପରିବାର ଲୋକ ବିରୋଧ କରିବା ସହ ବାବୋଲଙ୍କ ନାଁରେ ଅପହରଣ ଅଭିଯୋଗ ଆଣିଥିଲେ। ଏପରି କି ପରିବାର ଲୋକ ସୁଲେଖାଙ୍କୁ ନାବାଳିକା ବୋଲି ଦର୍ଶାଇଥିଲେ।

ଶୁଣାଣି ବେଳେ ଖଣ୍ଡପୀଠ ସୁଲେଖାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଆଲୋଚନାରୁ ସ୍ପଷ୍ଟ ହୋଇଥିଲା ଯେ ସୁଲେଖା ଘର ଛାଡ଼ିବା ବେଳେ ପ୍ରାପ୍ତ ବୟସ୍କ ଥିଲେ। ତେଣୁ କୋର୍ଟ ପୁଲିସ୍ ଏସକର୍ଟ ସହ ତାଙ୍କୁ ବାବୋଲଙ୍କ ଘରକୁ ପଠାଇଛନ୍ତି।

କୋର୍ଟ ଆହୁରି କହିଛନ୍ତି, ପୁଲିସ୍‌ ଏକେ ପିଟିସନରଙ୍କୁ କାଉନସିଲିଂ କରୁ ଓ ସୁଲେଖାଙ୍କ ପରିବାର ଯେମିତି ଆଇନକୁ ହାତକୁ ନ ନେବେ  ତା’ର ମଧ୍ୟ ବ୍ୟବସ୍ଥା କରୁ। ସେହିପରି ସୁଲେଖା କିମ୍ବା ବାବୋଲଙ୍କୁ ପରିବାର ଲୋକ ଧମକ ଦେବେ ନାହିଁ। ସୁଲେଖା ଘର ଛାଡ଼ି ବାବୋଲଙ୍କ ସହ ଯିବା ବେଳେ ପ୍ରାପ୍ତ ବୟସ୍କ ହୋଇଯାଇଥିଲେ।

ସେ ତାଙ୍କ ଇଚ୍ଛା ଅନୁସାରେ ବିବାହ କରିଛନ୍ତି। ଷ୍ଟାଟସ ରିପୋର୍ଟ ଅନୁଯାୟୀ, ତାଙ୍କର ଜନ୍ମ ୨୦୦୦ ମସିହାରେ ହୋଇଛି। ତେଣୁ ସେ ଆଡଲ୍ଟ। ଜଣେ ପ୍ରାପ୍ତ ବୟସ୍କ ମହିଳା, ତାଙ୍କ ପସନ୍ଦ ଅନୁସାରେ ଯେଉଁଠି ଇଚ୍ଛା ରହିପାରିବେ ଓ ଯାହାକୁ ଇଚ୍ଛା ବିବାହ କରିପାରିବେ। ଏଥିରେ କେହି ବି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

କିଛି ଦିନ ତଳେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଅନ୍ୟ ଧର୍ମରେ ବିବାହ ମାମଲାର ଶୁଣାଣି କରି ସମାନ ରାୟ ଦେଇଥିଲା। ଜଣେ ହିନ୍ଦୁ ଝିଅ ନିଜ ଇଚ୍ଛାରେ ମୁସଲିମ ପୁଅକୁ ବିବାହ କରିଥିଲେ। ହେଲେ ଝିଅ ଘର ଲୋକ ମୁସଲିମ ଯୁବକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। କିନ୍ତୁ ଆହ୍ଲାବାଦ ହାଇକୋର୍ଟ ଏଫଆଇଆର ଖାରଜ କରି ରାଇଟ ଟୁ ଫ୍ରିଡମ ଅଫ ଚୟସ କଥା କହିଥିଲେ। ଏହାର ଅର୍ଥ ଜଣେ ପ୍ରାପ୍ତ ବୟସ ଯେ କୌଣସି ଧର୍ମ ଓ ଜାତିର ହୋଇଥିଲେ ହେଁ ନିଜ ଇଚ୍ଛା ଅନୁସାରେ ବିବାହ କରିପାରିବ।

The post କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ନିଜ ଇଚ୍ଛାରେ ଅନ୍ୟ ସହ ରହିପାରିବେ ମହିଳା appeared first on Odisha Reporter.



from Odisha Reporter https://ift.tt/367keRW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages