ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ତାଙ୍କ ପ୍ରେଗ୍ନେନ୍ସୀ ପିରିୟଡ୍କୁ ନେଇ ବେଶ୍ ଖୁସି ଅଛନ୍ତି। ବେବି ବମ୍ପ୍ ସହିତ ଅନୁଷ୍କାଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁ ଫଟୋରେ ଅନୁଷ୍କା ହସ୍ପିଟାଲରେ ଡାକ୍ତରଙ୍କ ସହ ଥିବା ପରି ମନେହେଉଛି। ହେଲେ ପ୍ରକୃତରେ ଅନୁଷ୍କା ଏହି ଫଟୋ ପୋଜ୍ ଶୁଟିଂ ସେଟ୍ରେ ତାଙ୍କ ଟିମ୍ ସହିତ ଦେଇଛନ୍ତି। ଯାହାକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି।
View this post on Instagram
ଅନୁଷ୍କାଙ୍କ ହେଆର୍ ଷ୍ଟାଇଲିଷ୍ଟ ନିଜ ଇନଷ୍ଟାଗ୍ରାମ୍ରେ ଏହି ଫଟୋଟିକୁ ଶେଆର୍ କରିଛନ୍ତି। ଫଟୋ ଶେଆର୍ କରି ସେ ଲେଖିଛନ୍ତି, ‘ଏପରି ଲାଗୁଛି, ଯେମିତି ଆମେ କୌଣସି ଜେନେରାଲ୍ ହସ୍ପିଟାଲରେ ଅଛୁ।’ ବାସ୍ତବରେ ଏହି ଫଟୋରେ ଅନୁଷ୍କାଙ୍କୁ ଯିଏ ବି ଦେଖିବ, ଧୋକା ଖାଇଯିବ ଯେ ସେ କୌଣସି ଶୁଟିଂ ସେଟ୍ରେ ଅଛନ୍ତି। ଫଟୋରେ ଅନୁଷ୍କାଙ୍କ ସହିତ ପିପିଇ କିଟ୍ ପିନ୍ଧି ତାଙ୍କ ଟିମ୍ ଛିଡ଼ା ହୋଇଛନ୍ତି ଏବଂ ଅନୁଷ୍କା ପିଙ୍କ୍ କଲର୍ ଏକ ଡ୍ରେସ ପିନ୍ଧିଛନ୍ତି।
ଏହାପୂର୍ବରୁ ମଧ୍ୟ ଅନୁଷ୍କାଙ୍କ ମେକଅପ୍ ଆର୍ଟିଷ୍ଟ ଅନ୍ୟ ଏକ ଫଟୋ ଶେଆର୍ କରିଥିଲେ। ଯେଉଁଥିରେ ଅନୁଷ୍କା ମେକଅପ୍ ନେଉଥିଲେ।
The post ଭାଇରାଲ୍ ହେଉଛି ଅନୁଷ୍କାଙ୍କ ବେବି ବମ୍ପରେ ଫଟୋ appeared first on Odisha Reporter.
from Odisha Reporter https://ift.tt/3fKOQf2
No comments:
Post a Comment