୨୯ ନଭେମ୍ବର, ରବିବାର: ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

୨୯ ନଭେମ୍ବର, ରବିବାର: ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ

ମେଷ: ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ଅଭିଳାଷ ପୂର୍ଣ୍ଣ ହେବ। ଗୁରୁଜନଙ୍କ ସମର୍ଥନ ପାଇବେ।
ବାକିଥିବା ଅର୍ଥର ଆଗମନ ହେବ।

ବୃଷ: ବ୍ୟବସାୟରେ ସଫଳତା ପାଇବେ। ଘରକୁ ଅତିଥି ଆସିପାରନ୍ତି। ସୁଖଶାନ୍ତି ଓ ସୌଭାଗ୍ୟ ପ୍ରାପ୍ତି ହେବ।

ମିଥୁନ: ନିଜ ଲୋକମାନେ ଦୂରେଇ ରହିବାରୁ ମନକୁ କଷ୍ଟ ହେବ। ଶତ୍ରୁମାନେ ସମସ୍ୟାରେ ପକାଇବାକୁ ପ୍ରୟାସ କରିବେ।
ଦ୍ରବ୍ୟହାନୀ ଘଟିପାରେ।

କର୍କଟ: ଉଚ୍ଚାଭିଳାସୀ ହେବେ। ଆର୍ଥିକ ଉନ୍ନତି ଘଟିବ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱରେ ପଡ଼ିବେ।

ସିଂହ: ବନ୍ଧୁଙ୍କ ଠାରୁ ଆଶାମୁତାବକ ସହଯୋଗ ମିଳିବ ନାହିଁ। ଅସହାୟ ଅନୁଭବ କରିବେ । ଆୟ ବ୍ୟୟ ସମାନ ରହିବ।

କନ୍ୟା: ସମ୍ମାନ ରକ୍ଷାକରିବା ପାଇଁ କିଛି ବ୍ୟୟ କରିବାକୁ ପଡ଼ିବ। ଅନ୍ୟମାନଙ୍କ ଉପକାର କରି ଶାନ୍ତି ପାଇବେ। ମନରେ
ବୈରାଗ୍ୟଭାବ ଜାଗ୍ରତ ହୋଇପାରେ।

ତୁଳା: ଆର୍ଥିକ ସ୍ଥିତି ଠିକ ରହିଲେ ମଧ୍ୟ ପାରିବାରିକ ବୁଝାମଣାରେ ବ୍ୟତିକ୍ରମ ଦେଖାଦେବ। ଭୁଲ କଥା କହି ଅପଦସ୍ତ ହୋଇପାରନ୍ତି। ତେଣୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ।

ବିଛା: ଯେଉଁମାନଙ୍କୁ ସାଧାରଣ ଭାବୁଥିବେ ସେହିମାନେ କାମରେ ଆସିବେ। ଅତ୍ୟଧିକ ପରିଶ୍ରମ ହେତୁ କ୍ଳାନ୍ତ ଅନୁଭବ କରିବେ।
କେତେକ କାମରେ ଦୁଃସାହସିକ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବେ, ଯାହା ଠିକ ନୁହେଁ।

ଧନୁ: ବିଭିନ୍ନ କ୍ଷେତ୍ରରେ ଜିଦ୍ ମନୋବୃତ୍ତି ରଖିବେ ଏବଂ ସଫଳ ମଧ୍ୟ ହେବେ। କିଛି ମତ ଓ ମନ୍ତବ୍ୟ ପାଇଁ ସମାଲୋଚିତ ହୋଇପାରନ୍ତି।

ମକର: ଭୁଲ ବିଚାରଧାରାକୁ ନେଇ ଅନେକ ଯୋଜନା ପ୍ରସ୍ତୁତି କରିଚାଲିବେ, ଯାହାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ। ପ୍ରେମ ସମ୍ପର୍କରେ ସନ୍ଦେହ ସୃଷ୍ଟି ହେବ।

କୁମ୍ଭ: ବନ୍ଧୁମାନଙ୍କ ସହ ମତଭେଦ ହୋଇପାରେ। କିଣାବିକାରେ ଠକାମୀର ଶିକାର ହୋଇପାରନ୍ତି। ଯାନବାହନ ଯାତ୍ରାରେ ସମସ୍ୟା ଆସିପାରେ। ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।

ମୀନ: ଯେଉଁମାନଙ୍କୁ ଭରସା କରୁଛନ୍ତି, ସେହିମାନେ ଠିକଣା ସମୟରେ ଠକିବେ। ସମ୍ମାନ ରକ୍ଷାକରିବାକୁ ଅଧିକ ପରିଶ୍ରମ କରିବେ।
ଶତ୍ରୁମାନେ କିଛି ନକରି ପାରିଲେ ମଧ୍ୟ ପରୋକ୍ଷରେ ସମସ୍ୟା ସୃଷ୍ଟି କରିବେ। ଏହା ଆପଣଙ୍କୁ କ୍ରୋଧିତ କରିପାରେ।

The post ୨୯ ନଭେମ୍ବର, ରବିବାର: ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ appeared first on Odisha Reporter.



from Odisha Reporter https://ift.tt/3fJJgte

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages