ମତଦାନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ, ହାରିଯିବେ ଡୋନାଲ୍ଡ ଟ୍ରମ୍ପ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ମତଦାନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ, ହାରିଯିବେ ଡୋନାଲ୍ଡ ଟ୍ରମ୍ପ!

ମିଚିଗାନ: ରାତି ପାହିଲେ (ନଭେମ୍ୱର ୩)ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ପଡ଼ିବ। ଏହାପୂର୍ବରୁ ନଭେମ୍ୱର ଏକ ତାରିଖରେ ପ୍ରକାଶ ପାଇଛି ସର୍ଭେ ରିପୋର୍ଟ। ଦୁଇ ଦଳ ଡେମୋକ୍ରାଟିକ୍ ଏବଂ ରିପବ୍ଲିକିଆନ୍ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ହେବା ପାଇଁ ଦୁଇ ଦଳର ଭୋଟ୍ ବ୍ୟବଧାନ ଅଳ୍ପ ରହିବ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ଚାରୋଟି ରାଜ୍ୟର ସର୍ଭେରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଅଧିକ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି। ରିପବ୍ଲିକିଆନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ଭୋଟ୍ ବିଡେନଙ୍କୁ ମିଳିବ ବୋଲି ଆକଳନ କରାଯାଉଛି। ବିଡେନଙ୍କ ପାଖରେ ଟ୍ରମ୍ପଙ୍କ ଅପେକ୍ଷା ୨୭୦ ଭୋଟ୍ ଅଧିକ ରହିବ ବୋଲି ଜଣାପଡ଼ିଛି।

ଆମେରିକାର ଏନବିସି ନ୍ୟୁଜ୍ ଏବଂ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ସର୍ଭେରେ ୪୨% ଟ୍ରମ୍ପ ଜୋ ଜୋ ବିଡେନଙ୍କୁ ପସନ୍ଦ କରୁଥିବା ଦର୍ଶାଇଛନ୍ତି। ୧୨ଟି ସ୍ଥାନ ଆରିଜୋନା, ଫ୍ଲୋରିଡା, ଜର୍ଜିଆ, ଆଇୱା, ମେନ୍, ମିଚିଗାନ୍, ମିନେସୋଟା, ଉତ୍ତର କାରୋଲିନା, ନ୍ୟୁ ହାମ୍ପସାୟର୍, ନେଭାଡା, ପେନସିଲଭାନିଆ ଏବଂ ୱିସ୍କୋସିନରେ ବିଡେନ ଟ୍ରମ୍ପଙ୍କଠାରୁ ୫୧ ପ୍ରତିଶତ ଆଗରେ ରହିଛନ୍ତି। ସେହିପରି ଟ୍ରମ୍ପଙ୍କ ସପକ୍ଷରେ ୪୫ ପ୍ରତିଶତ ଭୋଟ୍ ରହିଥିବା ଜଣାପଡିଛି।

ଏହି ସର୍ଭେରେ ଭାଗ ନେଇଥିବା ବ୍ୟକ୍ତି ପ୍ରଥମଥର ପାଇଁ ଭୋଟ୍ ଦେବେ ବୋଲି ଜଣାପଡ଼ିଛି। ୨୦୧୬ ନିର୍ବାଚନରେ ଏମାନେ ଭାଗ ନେଇନଥିଲେ। ତେବେ ମଙ୍ଗଳବାର ବହୁ ସଂଖ୍ୟାରେ ମତଦାନ ହେବ ବୋଲି ଆକଳନ କରାଯାଉଛି।

ଅକ୍ଟୋବର ୨୯ ରୁ ୩୧ ମଧ୍ୟରେ ନିର୍ବାଚନ ପୂର୍ବରୁ ହୋଇଥିବା ଶେଷ ସର୍ଭେରୁ ଜଣାପଡିଛି ଯେ ବିଡେନଙ୍କ ସପକ୍ଷରେ କୃଷ୍ନକାୟ ଭୋଟର ୮୭ ପ୍ରତିଶତରୁ ୫ ପ୍ରତିଶତ, ୧୮ ରୁ ୩୪ ବର୍ଷ ବୟସର ଯୁବ ଭୋଟର ୬୦ ପ୍ରତିଶତରୁ ୩୨ ପ୍ରତିଶତ, ବରିଷ୍ଠ ନାଗରିକ ୫୮ ପ୍ରତିଶତରୁ ୩୫ ପ୍ରତିଶତ, ମହିଳା ଭୋଟର ୫୭ ପ୍ରତିଶତରୁ ୩୭ ପ୍ରତିଶତ ରହିଛନ୍ତି।

ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ଯୋଡିକୁ ଲୋକେ ଗ୍ରହଣ କରୁଥିବା ଜଣାପଡ଼ିଛି। ଆୟୋଓ୍ୱା, ଜର୍ଜିଆ ଏବଂ ଓହିୟୋରେ ବିଡେନଙ୍କୁ ଅଧିକ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି। ୨୦୧୬ରେ ଟ୍ରମ୍ପଙ୍କ ବିଜୟୀ ପଛରେ ଏହି ଚାରି ରାଜ୍ୟ ଥିଲେ।

The post ମତଦାନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ, ହାରିଯିବେ ଡୋନାଲ୍ଡ ଟ୍ରମ୍ପ! appeared first on Odisha Reporter.



from Odisha Reporter https://ift.tt/380B4mL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages