କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍ ଉପ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍ ଉପ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ୍ ଉପ ନିର୍ବାଚନ । ଏଥିପାଇଁ ଚାଲିଛି ପ୍ରଶାସନିକ ପ୍ରସ୍ତୁତି। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩୪୬ଟି ବୁଥ୍ କରାଯାଇଥିବା ବେଳେ ସଦର ବ୍ଲକ ଓ ମଧ୍ୟ ମ୍ୟୁନିସିପାଲିଟି ଅଞ୍ଚଳକୁ ୨ ଭାଗରେ ବିଭକ୍ତ କରାଯାଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପାଇଁ  ସମୟ ଧାର୍ଯ୍ୟ କରାଯାଇଛି।

 

ସେହି ଅନୁଯାୟୀ ପୁଲିଂ ଅଧିକାରୀଙ୍କୁ ଇଭିଏମ୍ ହସ୍ତାନ୍ତର କରାଯାଇଛି।  ଭୋଟଗ୍ରହଣ ସମୟରେ ପୁଲିଂ ଟିମ୍ ଏବଂ ମତଦାତାଙ୍କ ଥର୍ମାଲ୍ ସ୍କ୍ରିନିଂ ସହ ସାନିଟାଇଜକୁ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ଆଶାକର୍ମୀ ଏବଂ ସ୍ୱେଚ୍ଛାସେବୀ ପୁଲିଂ ବୁଥରେ ଉପସ୍ଥିତ ରହିବେ । ପୁଲିଂ ଅଧିକାରୀଙ୍କୁ ମାସ୍କ, ଗ୍ଲୋଭ୍ସ ସହ ଫେସ୍‌ ସିଲଡ ଦିଆଯାଇଛି।

ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ମଧ୍ୟ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତିର୍ତ୍ତୋଲରେ ରହିଛି ମୋଟ ୩୭୩ ବୁଥ୍। ତା ଭିତରୁ ୧୫୫ଟିକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ୬୨ଟି ବୁଥରେ ସିଏସ୍ଏପି ମୁତୟନ କରାଯାଇଛି ଏବଂ ୪୦ଟି କେନ୍ଦ୍ରରେ ମାଇକ୍ରୋ ଅବଜରଭର ରହିବେ।  ୨୬ଟି ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବ ଏବଂ ଅନ୍ୟ ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଉଥିବା ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି । ସମସ୍ତ ସରଞ୍ଜାମ ଧରି ପୁଲିଂ ପାର୍ଟି ବୁଥ୍‌ ଯାଇଥିବା ଜଣାଯାଇଛି।

The post କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍ ଉପ ନିର୍ବାଚନ appeared first on Odisha Reporter.



from Odisha Reporter https://ift.tt/2TNJoxC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages