ଦୁର୍ଗା ପୂଜା ପରି କାଳୀ ପୂଜାରେ ବି ଲାଗୁ ହେବ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ଦୁର୍ଗା ପୂଜା ପରି କାଳୀ ପୂଜାରେ ବି ଲାଗୁ ହେବ କଟକଣା

କଟକ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ଚଳିତ ବର୍ଷ ଦୁର୍ଗା ପୂଜାରେ ଲାଗୁ ହୋଇଥିବା କଟକଣା କାଳୀ ପୂଜାରେ ମଧ୍ୟ ଲାଗୁ ହେବ। ବିଧି ରକ୍ଷା ନିମନ୍ତେ କେବଳ ନିରାଡମ୍ବର ଭାବେ ପୂଜା ପାଳନ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ଡିସିପିଙ୍କ ତରଫରୁ ମିଳିଥିବା  ସୂଚନା ଅନୁଯାୟୀ, କାଳୀ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବନି। ନାଚ ଗୀତ ଓ ବାଣ ଫୁଟାଇବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ଭସାଣ ବେଳେ ଶୋଭାଯାତ୍ରା ନେଇ ଅନୁମତି ମିଳିବ ନାହିଁ।

ଭସାଣ ବେଳେ ପ୍ରତି ପୂଜା ସ୍ଥଳିରୁ ସର୍ବାଧିକ ୭ ଜଣ ଭାଗ ନେଇପାରିବେ। ମୂର୍ତ୍ତି ବିସର୍ଜନ ପାଇଁ ୧୧ଟି କୃତ୍ରିମ ପୋଖରୀର ବ୍ୟବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୁଲିସ୍‌ ମୁତୟନ ରହିବେ।

The post ଦୁର୍ଗା ପୂଜା ପରି କାଳୀ ପୂଜାରେ ବି ଲାଗୁ ହେବ କଟକଣା appeared first on Odisha Reporter.



from Odisha Reporter https://ift.tt/3lc6ZEB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages