କଟକ(ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ସହରର ୨୫ଟି ଓ୍ୱାର୍ଡରେ ଏହି ସର୍ଭେ ହେବ । ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କ ସାମ୍ପଲ ନେଇ ସର୍ଭେ କରାଯିବ। ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁ ଗୋପନ ରଖାଯିବ ବୋଲି କୁହାଯାଇଛି ।
ସିଏମ୍ସି ପକ୍ଷରୁ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ରେ ଓ୍ୱାର୍ଡ ଅଫିସର, ସ୍ୱାସ୍ଥ୍ୟ କର୍ମୀ, ଏ.ଏନ.ଏମ, ଅଙ୍ଗନବାଡ଼ି କର୍ମୀ, ସାନିଟାରି ଇନ୍ସପେକ୍ଟର ସାମିଲ ହେବେ ।ଏହି ସର୍ଭେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସେରୋ ସର୍ଭେ କରିବା ଦ୍ୱାରା ସହରରେ ରୋଗ ପ୍ରତିଷେଧକ ଶକ୍ତି ବା ଆଣ୍ଟିବଡ଼ି କେତେ ବିକଶିତ ହୋଇଛି ଜଣାପଡିଥାଏ। ପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ସେରୋ ସର୍ଭେ କରାଯାଇ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡିଥିଲା।
The post ଆଜିଠୁ କଟକରେ ସେରୋ ସର୍ଭେ appeared first on Odisha Reporter.
from Odisha Reporter https://ift.tt/321KM4m
No comments:
Post a Comment