ଚେତିଲା ପ୍ରଶାସନ, ଗଞ୍ଜେଇପଦରରେ ଆନ୍ଧ୍ରର ପୋଖରୀ ଖୋଳାର ସ୍ଥିତି ଅନୁଧ୍ୟାନ କଲା ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଚେତିଲା ପ୍ରଶାସନ, ଗଞ୍ଜେଇପଦରରେ ଆନ୍ଧ୍ରର ପୋଖରୀ ଖୋଳାର ସ୍ଥିତି ଅନୁଧ୍ୟାନ କଲା ଟିମ୍

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋଟିଆ ପଞ୍ଚାୟତର ଗଞ୍ଜେଇପଦରରେ ଆନ୍ଧ୍ର ପୋଖରୀ ଖୋଳୁଥିବା ନେଇ ଖବର ପ୍ରସାରିତ ପରେ ଚେତିଛି କୋରାପୁଟ ଜିଲ୍ଲା ପ୍ରଶାସନ। କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିଛି ପ୍ରଶାସନର ଗୋଟିଏ ଟିମ୍।

ପୋଖରୀ ଖୋଳାକୁ ବନ୍ଦ କରାଇବାକୁ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ପକ୍ଷରୁ ଚାଲିଥିବା ଉନ୍ନୟନମୂଳକ କାମର ତଦାରଖ କରି ଫେରିଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର ବିବାଦୀୟ ତଳ ଗଂଜେଇପଦରରେ ଆନ୍ଧ୍ର ପକ୍ଷରୁ ଏକ ବିରାଟ ପୋଖରୀ ଖୋଳା ହେଉଛି। ଏହା ସହ ଅନ୍ୟ କିଛି ଗାଁରେ ମଧ୍ୟ ପୋଖରୀ ଖୋଳିବା ପାଇଁ ଯୋଜନା କରୁଛି ଆନ୍ଧ୍ର।

ଏହି ପୋଖରୀରେ ମାଛ ଚାଷ ହେବା ସହ ଚାଷ ପାଇଁ ଜଳ ଯୋଗାଣ କରିବାକୁ ଆନ୍ଧ୍ର ପ୍ରଶାସନ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି। ଏହାକୁ ମଧ୍ୟ କୋଟିଆବାସୀ ସମର୍ଥନ କରୁଥିବାରୁ ଏଥିରେ ଚେକ ଦେବା ପାଇଁ ଆଗେଇ ଆସିଛି ପ୍ରଶାସନ। ବିଡ଼ିଓ, ଭାରପ୍ରାପ୍ତ ତହସିଲଦାର ଓ ବ୍ଲକ ଯନ୍ତ୍ରୀ ଟିମରେ ଅଛନ୍ତି।

The post ଚେତିଲା ପ୍ରଶାସନ, ଗଞ୍ଜେଇପଦରରେ ଆନ୍ଧ୍ରର ପୋଖରୀ ଖୋଳାର ସ୍ଥିତି ଅନୁଧ୍ୟାନ କଲା ଟିମ୍ appeared first on Odisha Reporter.



from Odisha Reporter https://ift.tt/3fb8H6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages