‘କଂଗ୍ରେସ ଶାସନରେ ବିନା ଘୋଟାଲାରେ ଚୁକ୍ତି ହୁଏନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

‘କଂଗ୍ରେସ ଶାସନରେ ବିନା ଘୋଟାଲାରେ ଚୁକ୍ତି ହୁଏନି’

ନୂଆଦିଲ୍ଲୀ: କଂଗ୍ରେସ ସରକାର ସମୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ କହିଛନ୍ତି କଂଗ୍ରେସ ସରକାର ସମୟରେ ଲାଞ୍ଚ ବିନା ପ୍ରତିରକ୍ଷା ଚୁକ୍ତି ହୋଇ ନାହିଁ। ଦୁର୍ନୀତି କରିବା ଓ କଂଗ୍ରେସ ନେତା ଲାଭ ପାଇବା ପାଇଁ ଏହି ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ ଚୁକ୍ତି ହୋଇଥିଲା। ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ ପ୍ରସଙ୍ଗରେ ମତ ରଖିବାକୁ ଯାଇ ଏଭଳି କହିଛନ୍ତି।

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ରାଜୀବ ସାକ୍ସେନାଙ୍କ ବୟାନ ସାର୍ବଜନୀନ ହେବା ପରେ ଏବେ କଂଗ୍ରେସ ଅଡୁଆରେ ପଡ଼ିଛି। ମୁଖ୍ୟ ଅଭିଯୁକ୍ତ ରାଜୀବ ସାକ୍ସେନା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ, ଅହମ୍ମଦ ପଟେଲଙ୍କ ସମେତ କମଲ ନାଥଙ୍କ ପୁଅ ବକୁଲ ନାଥ, ଭଣଜା ରତୁଲ ପୁରୀଙ୍କ ନାମ ତଦନ୍ତ ବେଳେ କହିଥିବା ଜଣାପଡ଼ିଛି।

ଇଡିର ତଦନ୍ତ ବେଳେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ସାକ୍ସେନା ଏହି ୩୦୦୦ କୋଟି ଟଙ୍କା ଘୋଟାଲା ବାବଦରେ ଏଭଳି କହିଥିବା ଜଣାପଡ଼ିଛି। ତେବେ ଏଥିରେ କଂଗ୍ରେସ ନେତାଙ୍କ ନାମ ଥିବା ଜଣାପଡ଼ିବା ପରେ ବିଜେପି ଏବେ କଂଗ୍ରେସକୁ ଘେରିଛି।

ସାକ୍ସେନା ଏବେ ଜାମିନରେ ଅଛନ୍ତି। ଜାନୁଆରୀ ୨୦୧୯ରେ ତାଙ୍କୁ ଦୁବାଇରୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇଥିଲା। ଏହା ପରେ ଇଡି ଜେରାର ସମ୍ମୁଖୀନ ହୋଇଥିଲେ ସେ। ଇଡି ଏବେ ସାକ୍ସେନାଙ୍କର ୩୮୫ କୋଟି ଟଙ୍କାର ସମ୍ପତ୍ତି ଜବତ କରି ସାରିଛି।

ଏହି ଭିଭିଆଇପି ହେଲିକପ୍ଟର କାରବାରରେ କଂଗ୍ରେସ ନେତାଙ୍କ ନାମ ଆସିବା ପରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିଜେପି କଂଗ୍ରେସକୁ କହିଛି। କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି, କଂଗ୍ରେସ ଏ ପ୍ରସଙ୍ଗରେ ନୀରବ କାହଁକି? କଂଗ୍ରେସ ସଭାପତି, ଦଳର ବରିଷ୍ଠ ନେତା, ସ୍ପଷ୍ଟୀକରଣ ରଖିବା ଦରକାର। କାରଣ ଅଭିଯୁକ୍ତ ତଦନ୍ତ ବେଳେ ଦେଇଥିବା ବୟାନରେ ସେମାନଙ୍କ ନାମ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ଖୁର୍ସିଦ କହିଛନ୍ତି, ତଦନ୍ତ ବେଳେ ମୋର ନାମ ସାମ୍ନାକୁ ଆସିବା ମୋତେ ଆଶ୍ଚର୍ଯ୍ୟ କରିଛି। ସୁଶେନ ମୋହନ ଗୁପ୍ତାଙ୍କ (ଅଭିଯୁକ୍ତ) ବାପା ଦେବ ମୋହନ ଗୁପ୍ତା ମୋ ପରିବାରର ବନ୍ଧୁ ଏବଂ ମୁଁ ତାଙ୍କର ଶୁଭେଚ୍ଛୁ। ସେମାନଙ୍କୁ ଭଲଭାବେ ଜାଣିବା ବ୍ୟତୀତ, ରତୁଲ ପୁରୀ କିମ୍ବା ରାଜୀବ ସାକ୍ସେନା ଭଳି ମାମଲାରେ ସମ୍ପୃକ୍ତ ଅନ୍ୟ ଲୋକଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ।

ସେହିପରି କମଲନାଥଙ୍କ ଭଣଜା ରତୁଲ ପୁରୀ କହିଛନ୍ତି ଯେ ଆମେ ସମସ୍ତେ ନିୟମ ପାଳନ କରୁଛୁ। ଏହି ମାମଲା କୋର୍ଟରେ ଅଛି ବୋଲି ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

The post ‘କଂଗ୍ରେସ ଶାସନରେ ବିନା ଘୋଟାଲାରେ ଚୁକ୍ତି ହୁଏନି’ appeared first on Odisha Reporter.



from Odisha Reporter https://ift.tt/2UIFyq1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages