ଖସୁଛି ପାରଦ, ଶୀତରେ ଥରୁଛି ସାରା ରାଜ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 10, 2020

ଖସୁଛି ପାରଦ, ଶୀତରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତରେ ଥରୁଛି ସାରା ରାଜ୍ୟ । ଅଧିକାଂଶ ସ୍ଥାନରେ ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି ଓ ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼ । ଦେହ ଥରାଇ ଦେଉଛି କୋହଲା ପବନ ।

କିଛି ଦିନ ହେଲା ଅନେକ ସ୍ଥାନରେ ତାପମାତ୍ରା ଲଗାତର ଭାବେ ୧୫ ଡିଗ୍ରୀ ତଳେ ରହୁଛି । ଗତକାଲି ୧୧ଟି ସହରର ପାରଦ ୧୫ ଡିଗ୍ରୀ ତଳେ ଥିବା ବେଳେ ୧୦ ଡିଗ୍ରୀ ତଳେ ୩ଟି ସହର ଥିଲା । ୯.୨ ଡିଗ୍ରୀ ପାରଦ ସହ ସବୁଠୁ ଥଣ୍ଡା ସହର ପାଲଟିଥିଲା ସୋନପୁର । ସେହିପରି ଦାରିଙ୍ଗିବାଡ଼ିରେ ୯.୫ ଓ ଫୁଲବାଣୀରେ ୯.୮ ଡିଗ୍ରୀ ତାପମାତ୍ରା ରହିଥିଲା ।

କୋରାପୁଟରେ ମଧ୍ୟ ଶୀତର ପ୍ରଭାବ ବେଶ୍ ଅନୁଭୂତ ହେଉଛି । କୋରାପୁଟରେ ଗତକାଲି ତାପମାତ୍ରା ଥିଲା ୧୧.୨ ଡିଗ୍ରୀ । କୋରାପୁଟରେ ଶୀତୁଆ ସକାଳରେ ପ୍ରାତଃଭ୍ରମଣର ମଜା ନେଉଛନ୍ତି ଲୋକେ । ତେବେ ସଞ୍ଜ ନଇଁଲେ ଲୋକଙ୍କ ଚିନ୍ତା ବଢିଯାଉଛି । ରାତିରେ ତାପମାତ୍ରା ତଳକୁ ଖସିବା ସହ ପ୍ରବଳ ଶୀତ ଅନୁଭୂତ ହେଉଛି ।

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳିବା ସହ ଚା ଦୋକାନରେ ଭିଡ଼ ଜମାଉଛନ୍ତି ।

The post ଖସୁଛି ପାରଦ, ଶୀତରେ ଥରୁଛି ସାରା ରାଜ୍ୟ appeared first on Odisha Reporter.



from Odisha Reporter https://ift.tt/38xqUtR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages