ବିହାରରେ କେଉଁ ଦଳ ପାଇଲା କେତେ ଆସନ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 10, 2020

ବିହାରରେ କେଉଁ ଦଳ ପାଇଲା କେତେ ଆସନ?

ପାଟଣା: ବିହାର ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଭୋର୍ ରାତି ୪ଟାରେ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଫଳାଫଳ ଅନୁଯାୟୀ ବିହାରରେ ଏନଡିଏକୁ ବହୁମତ ଦେଇଛନ୍ତି ଭୋଟର। ଅର୍ଥାତ୍ ପୁଣି ଥରେ କ୍ଷମତାକୁ ଫେରିଛି ଏନଡିଏ। ମୋଟ୍ ୨୪୩ ଆସନରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ ମହାମେଣ୍ଟ ୧୧୦ଟି ଆସନ ଏବଂ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୨୨ ରହିଛି ମ୍ୟାଜିକ ନମ୍ୱର।

ଆରଜେଡି ୭୫ଟି ଆସନ ସହ ସର୍ବାଧିକ ଆସନରେ ବିଜୟୀ ହୋଇଛି। ଏହାପରେ ୭୪ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି। ତୃତୀୟରେ ୪୩ଟି ଆସନ ସହ ଜେଡିୟୁ ରହିଛି। କଂଗ୍ରେସ ୧୯ଟି ଆସନ, ସିପିଆଇଏମ୍ଏଲ୍ ୧୨ଟି, ଏଆଇଏମ୍ଇଆଇଆମ୍ ୫ଟି, ଭିଆଇପି ୪ଟି, ହାମ୍ ୪ଟି, ସିପିଆଇ ୨ଟି, ସପିଆଇଏମ୍ ୨ଟି,  ବିଏସପି ୧ ଏଲଜେପି ଏବଂ ସ୍ୱାଧୀନ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

ତେବେ ଏଭଳି ଫଳାଫଳ ପଛରେ ଇଭିଏମକୁ ଦାୟୀ କରିଛି ଆରଜେଡି ଏବଂ କଂଗ୍ରେସ। ଏଥିସହ ବିଜେତାଙ୍କୁ ସାର୍ଟିଫିକେଟ ଦିଆଯାଉନଥିବା ଆରଜେଡି ଅଭିଯୋଗ କରିଥିଲା। ଜବାବରେ ନିର୍ବାଚନ କମିଶନ କହିଛନ୍ତି, କୌଣସି ଚାପ ତାଙ୍କ ଉପରେ ନାହିଁ। ଅନ୍ୟପଟେ ବିହାରର କଂଗ୍ରେସ ନେତା ନିର୍ବାଚନ ହାରିବା ପଛରେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଛନ୍ତି।

The post ବିହାରରେ କେଉଁ ଦଳ ପାଇଲା କେତେ ଆସନ? appeared first on Odisha Reporter.



from Odisha Reporter https://ift.tt/38BWoPT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages