ପୁଣି ଏଭଳି ପୋଷ୍ଟ କରି ଚକିତ କରିଦେଲେ ଦଙ୍ଗଲ୍ ଗର୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 22, 2020

ପୁଣି ଏଭଳି ପୋଷ୍ଟ କରି ଚକିତ କରିଦେଲେ ଦଙ୍ଗଲ୍ ଗର୍ଲ

ନୂଆଦିଲ୍ଲୀ: ଦଙ୍ଗଲ ଗର୍ଲ ନାମରେ ଲୋକପ୍ରିୟ ଜାଇରା ଓ୍ୱସିମ୍ ନିଜ ମନ୍ତବ୍ୟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ତାଙ୍କର ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ପୋଷ୍ଟରେ ନିଜ ଫ୍ୟାନମାନଙ୍କୁ ଜାଇରା କିଛି ଏମିତି ଅପିଲ୍ କରିଛନ୍ତି, ଯାହାକୁ ଗ୍ରହଣ କରିବାକୁ ସେମାନଙ୍କୁ କଷ୍ଟ ହୋଇପାରେ। ତାଙ୍କର ସମସ୍ତ ଫଟୋ ହଟାଇଦେବାକୁ ଜାଇରା ଅନୁରୋଧ କରିଛନ୍ତି।

ସୋଶାଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ଜାଇରା ନିଜ ପ୍ରଶଂସକମାନଙ୍କୁ ଏଭଳି ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଗତ ବର୍ଷ ସେ ଫ୍ୟାନ୍ ପେଜରେ ଏକ ମେସେଜ୍ ଛାଡ଼ିଥିଲେ। ଯଦି କେହି ଏହାକୁ ଦେଖି ନାହାନ୍ତି, ତେବେ ପୁଣି ଶେୟାର କରୁଛି। ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି, କାରଣ ଆପଣ ମୋତେ ଏତେ ଭଲପାଇବା ସହ ଦୟାଳୁ ହୋଇଛନ୍ତି। ଆପଣମାନେ ଲଗାତର ମୋ ସାହସ ଏବଂ ପ୍ରେମର ମାଧ୍ୟମ ହୋଇ ରହିଛନ୍ତି। ସମସ୍ତଙ୍କୁ ଅନୁରୋଧ କରୁଛି, ମୋର ଫଟୋ ନିଜ ଆକାଉଣ୍ଟରୁ ହଟାଇଦିଅନ୍ତୁ। ଏହାସହ ଅନ୍ୟ ଫ୍ୟାନ୍ ପେଜଗୁଡ଼ିକୁ ମଧ୍ୟ ଏଭଳି କରିବାକୁ କୁହନ୍ତୁ।”

ସେ ପୁଣି କହିଛନ୍ତି, “ଇଣ୍ଟରନେଟରୁ ଫଟୋଗୁଡ଼ିକୁ ସମ୍ପୂର୍ଣ୍ଣ ହଟାଇବା ସମ୍ଭବ ନୁହେଁ। କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ ତ କରିପାରିବି। ଆଶା କରୁଛି, ସବୁଥର ଭଳି ଏଥର ମଧ୍ୟ ଆପଣମାନେ ମୋତେ ସାହାଯ୍ୟ କରିବେ। ମୁଁ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି, ଆପଣମାନଙ୍କ ସହଯୋଗରେ ମୁଁ ନିଶ୍ଚୟ ଲାଭାନ୍ୱିତ ହେବି।”

 

View this post on Instagram

 

A post shared by Zaira Wasim (@zairawasim_)

ଏଠାରେ କହିରଖୁଛୁ ଯେ, ଗତ ବର୍ଷ ଏପ୍ରିଲ ମାସରେ ଜାଇରା ଓ୍ୱସିମ୍ ଅଭିନୟ ଦୁନିଆରୁ ଓହରିଯିବା ନେଇ ଘୋଷଣା କରିଥିଲେ। ଜାଇରାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଥିଲା। ନିଜର ଧାର୍ମ ପଥର ଯାତ୍ରାରେ ଅଭିନୟକୁ ସେ ବାଧା ବୋଲି ମନେକରି ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ।

The post ପୁଣି ଏଭଳି ପୋଷ୍ଟ କରି ଚକିତ କରିଦେଲେ ଦଙ୍ଗଲ୍ ଗର୍ଲ appeared first on Odisha Reporter.



from Odisha Reporter https://ift.tt/335MOBd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages