ଦୁର୍ଘଟଣାରେ ଆଖି ବୁଜିଲେ ୨ ବାଇକ୍ ଆରୋହୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 23, 2020

ଦୁର୍ଘଟଣାରେ ଆଖି ବୁଜିଲେ ୨ ବାଇକ୍ ଆରୋହୀ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝରିଗାଁ ବ୍ଲକ ଚିକିଲି ବାମୁଣୀ ନାଳ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ନାଳ ନିକଟକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୨ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ମୃତକଙ୍କ ସଠିକ୍‌ ପରିଚୟ ମିଳିପାରି ନାହିଁ।

ଘଟଣାସ୍ଥଳରୁ ଗୋଟିଏ ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ମିଳିଛି। ସେଥିରେ ଜଣଙ୍କ ନାଁ ମୁକୁନ୍ଦା ଜାନି ବୋଲି ଲେଖାଯାଇଥିବା ବେଳେ ଘର ଉମରକୋଟ ବୋଲି ଉଲ୍ଲେଖ ଅଛି। ତେଣୁ ଉଭୟ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କ ଖବର ମିଳି ପାରି ନାହିଁ।

The post ଦୁର୍ଘଟଣାରେ ଆଖି ବୁଜିଲେ ୨ ବାଇକ୍ ଆରୋହୀ appeared first on Odisha Reporter.



from Odisha Reporter https://ift.tt/39bYAOa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages