କରୋନା ଯୁଦ୍ଧରେ ହାରିଗଲେ ବିଧାୟିକା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

କରୋନା ଯୁଦ୍ଧରେ ହାରିଗଲେ ବିଧାୟିକା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ହାରିଗଲେ ବିଜେପି ବିଧାୟିକା। ରାଜସ୍ଥାନ ରାଜସମନ୍ଦର ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ପରଲୋକ ହୋଇଯାଇଛି। ନିକଟରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ହରିୟାଣାର ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ଡାକ୍ତର ବହୁ ପ୍ରୟାସ କରିଥିଲେ ହେଁ ତାଙ୍କୁ ବଞ୍ଚାଇପାରି ନଥିଲେ ଏବଂ ରବିବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିରଣ ରାଜସ୍ଥାନର ୨ୟ ବିଧାୟକ, ଯାହାଙ୍କର କରୋନାଜନିତ ମୃତ୍ୟୁ ହୋଇଛି।

ବିଜେପି ବିଧାୟିକଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦି ଟୁଇଟ୍ କରି ଲେଖିଛନ୍ତି, କିରଣ ମାହେଶ୍ୱରୀଙ୍କ ଦେହାନ୍ତ ଖବର ପାଇଁ ମୁଁ ମର୍ମାହତ। ରାଜସ୍ଥାନ ସରକାରରେ ସାଂସଦ, ବିଧାୟକ କିମ୍ବା କ୍ୟାବିନେଟ୍ ମନ୍ତ୍ରୀ ଭାବେ ସେ ରାଜ୍ୟର ପ୍ରଗତିରେ କାମ କରିବା ଏବଂ ଗରିବଙ୍କୁ ସଶକ୍ତ କରିବାରେ ଅନେକ ପ୍ରୟାସ କରିଥିଲେ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ଓମ୍ ଶାନ୍ତି।

ସେହିପରି କିରଣ ମାହେଶ୍ୱରୀଙ୍କ ଦେହାନ୍ତରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା କହିଛନ୍ତି, କିରଣ ମାହେଶ୍ୱରୀଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ସେ ନିଜର ପୂରା ଜୀବନ ସମାଜର ସେବା ପାଇଁ ସମର୍ପିତ କରିଛନ୍ତି। ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ପରିବାର ଓ ପରିଜନ ପ୍ରତି ଗଭୀର ସମବେଦନା।

କିରଣ ମାହେଶ୍ୱରୀଙ୍କ ପରଲୋକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ରାଜସମନ୍ଦରୁ ବିଜେପି ବିଧାୟିକ ରହିଥିବା କିରଣ ମାହେଶ୍ୱରୀ ନଗର ନିଗମ ନିର୍ବାଚନରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ କୋଟା ନଗର ନିଗମର ନିର୍ବାଚନୀ ପ୍ରଭାରୀ ଥିଲେ। ତାଙ୍କ ପୂର୍ବରୁ ସାହାଡାରୁ କଂଗ୍ରେସ ବିଧାୟକ ଥିବା କୈଳାସ ତ୍ରିବେଦୀଙ୍କର ମଧ୍ୟ କରୋନାଜନିତ ମୃତ୍ୟୁ ହୋଇଥିଲା।

The post କରୋନା ଯୁଦ୍ଧରେ ହାରିଗଲେ ବିଧାୟିକା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/37inOYK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages