ମୁମ୍ୱାଇ : ବିଗବସ୍ ସିଜନ୍-୧୪ରେ ପ୍ରଥମ କଣ୍ଟେଷ୍ଟାଣ୍ଟ ଭାବରେ ପବିତ୍ରା ପୁନିଆ ଘରୁ ବିଦା ହୋଇଛନ୍ତି। ରବିବାର ପବିତ୍ରାଙ୍କୁ କମ୍ ଭୋଟ୍ ମିଳିବା ଯୋଗୁଁ ବିଗବସ୍ରୁ ତାଙ୍କୁ ଏଭିକ୍ଟ କରାଯାଇଛି। ବିଗବସ୍ ଘରେ ପ୍ରଥମରୁ ହିଁ ଏଜାଜ୍ ଖାନ୍ ଓ ପବିତ୍ରାଙ୍କର ଭଲ କେମେଷ୍ଟ୍ରି ରହିଆସିଥିଲା। ତେଣୁ ସେ ବିଗବସ୍ ଘରୁ ବାହାରିବା ଖବର ଶୁଣିବା ପରେ ଏଜାଜ୍ଙ୍କୁ ବଡ଼ ଝଟ୍କା ଲାଗିଛି।
ଗତକାଲି ୱିକେଣ୍ଡ କି ବାର୍ ଏପିସୋଡ୍ରେ ସଲମାନ୍ ଖାନ୍ କଣ୍ଟେଷ୍ଟାଣ୍ଟଙ୍କ ସହିତ ମସ୍ତିମଜା କରିଥିଲେ। ଏଥିରେ ଟୋନି କକ୍କର ଓ ନେହା କକ୍କର ଅତିଥି ଭାବରେ ପହଞ୍ଚି ତାଙ୍କ ନୂଆ ଗୀତର ପ୍ରୋମୋସନ୍ କରିଥିଲେ। ଏହି ସମୟରେ ଟୋନି କକ୍କର କଣ୍ଟେଷ୍ଟାଣ୍ଟଙ୍କ ସହିତ dumb charades ମଧ୍ୟ ଖେଳିଥିଲେ। ଏହାରି ମଧ୍ୟରେ ବିଗବସ୍ ଘରୁ କାହାକୁ ବାହାର କରାଯିବା ଉଚିତ୍ ବୋଲି ସମସ୍ତଙ୍କୁ ପ୍ରଶ୍ନ କରିଥିଲେ।
ଯାହାର ଉତ୍ତର ଅଭିନବ, ରାହୁଲ ଏବଂ ନିକ୍କି, ପବିତ୍ରାଙ୍କର ନାମ ନେଇଥିଲେ। ସେହିପରି ଜାସମିନ୍ କବିତାଙ୍କୁ ବେଘର କରିବା ପାଇଁ ବିଗବସ୍ଙ୍କୁ କହିଥିଲେ। ତେବେ ଶେଷରେ କମ୍ ଭୋଟ ପାଇଁ ପବିତ୍ରାଙ୍କ ନାମକୁ ଘୋଷଣା କରାଯାଇଥିଲା।
ବିଗବସ୍ରେ ପବିତ୍ରା ଜଣେ ଷ୍ଟ୍ରଙ୍ଗ୍ କଣ୍ଟେଷ୍ଟାଣ୍ଟ ଥିଲେ। ତେଣୁ ଅଚାନକ ତାଙ୍କୁ ଏଭିକ୍ଟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପବିତ୍ରା ଯିବା ପରେ ଏଜାଜ୍ ଖାନ୍ ମଧ୍ୟ ଏକୁଟିଆ ହୋଇପଡ଼ିଛନ୍ତି।
ସୂଚନାଯୋଗ୍ୟ, ଆଗକୁ ବିଗବସ୍ରେ ବଡ଼ ଟ୍ୱିଷ୍ଟ ଆସିବାକୁ ଯାଉଛି। ବିକାଶ ଗୁପ୍ତା, ରାହୁଲ ମହାଜନ, ଅରଶୀ ଖାନ୍ ଓ ରାକ୍ଷୀ ସାୱନ୍ତ ପରି ବିବାଦୀୟ କଳାକାର ବିଗବସ୍ ଘରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। ତେବେ ଏମାନଙ୍କର ବିଗବସ୍ ଘରେ ଭୂମିକା କଣ ରହିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
The post ବିଗବସ୍ ଘରୁ ବିଦା ହେଲେ ପବିତ୍ରା ପୁନିଆ appeared first on Odisha Reporter.
from Odisha Reporter https://ift.tt/2JdtIlY
No comments:
Post a Comment