‘ବିସ୍ଥାପିତଙ୍କୁ ନିର୍ବିବାଦୀୟ ଜମି ଯୋଗାଇ ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

‘ବିସ୍ଥାପିତଙ୍କୁ ନିର୍ବିବାଦୀୟ ଜମି ଯୋଗାଇ ଦିଅ’

ପୁରୀ(ଓଡ଼ିଶଶ ରିପୋର୍ଟର): “ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ବିସ୍ଥାପିତ ହୋଇଥିବା ୭ ଜଣଙ୍କୁ ନିର୍ବିବାଦୀୟ ଜମି ଯୋଗାଇ ଦିଅ।” ପୁରୀ ବାସେଲୀ ସାହିର ବିସ୍ଥାପିତ କୃଷ୍ଣଚନ୍ଦ୍ର ଲେଙ୍କା ଏବଂ ଅନ୍ୟମାନଙ୍କ ଆବେଦନର ଶୁଣାଣି ଶେଷ କରି ଏପରି  ନିର୍ଦ୍ଦେଶ ଦେଇଛନ୍ତି  ହାଇକୋର୍ଟ । ଆସନ୍ତା ୬ ସପ୍ତାହ ମଧ୍ୟରେ ସମସ୍ତ ପ୍ରକ୍ରିୟା ସାରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ,   ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ଏହାର ୭୫ ମିଟର ପରିଧି ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଜମି ହରାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ୍ଷତିପୂରଣ ସହ ଉପଯୁକ୍ତ ବାସୋପଯୋଗି ଜମି ଯୋଗାଇ ଦିଆଯାଉଛି । ସେହି ପ୍ରକ୍ରିୟା ଅନୁଯାୟୀ କୃଷ୍ଣଚନ୍ଦ୍ର ଓ ଅନ୍ୟ ୬ ଜଣଙ୍କୁ ମଙ୍ଗଳା ହାଟ ମୌଜାରେ ଜମି ଯୋଗାଇ ଦିଆଯାଇଥିଲା । କିନ୍ତୁ ସଂପୃକ୍ତ ଜମି ବିବାଦୀୟ ବୋଲି ଜଣାପଡିଥିଲା । ଏହାକୁ ନେଇ ସମ୍ପୃକ୍ତ ବିସ୍ଥାପିତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

The post ‘ବିସ୍ଥାପିତଙ୍କୁ ନିର୍ବିବାଦୀୟ ଜମି ଯୋଗାଇ ଦିଅ’ appeared first on Odisha Reporter.



from Odisha Reporter https://ift.tt/2GBLQoe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages