୬ଷ୍ଠ ଥର ପାଇଁ ଫାଇନାଲରେ ମୁମ୍ବାଇ, ୫୭ ରନ୍‌ରେ ହାରିଲା ଦିଲ୍ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

୬ଷ୍ଠ ଥର ପାଇଁ ଫାଇନାଲରେ ମୁମ୍ବାଇ, ୫୭ ରନ୍‌ରେ ହାରିଲା ଦିଲ୍ଲୀ

ଦୁବାଇ: ପୁଣିଥରେ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। କ୍ରମାଗତ ୨ୟ ଥର ଓ ମୋଟ ଉପରେ ୬ଷ୍ଠଥର ପାଇଁ ଆଇପିଏଲର ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ଗୁରୁବାର ଖେଳା ଯାଇଥିବା ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍‌ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ପ୍ରଥମେ ବ୍ୟାଟସମ୍ୟାନଙ୍କ ଦମଦାର ପ୍ରଦର୍ଶନ ପରେ ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂରେ ଦିଲ୍ଲୀ କ୍ୟାପିଟାଲ୍ସ ଚିତପଟାଙ୍ଗ ମାରିଛି।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ୱିକେଟ ହରାଇ ୨୦୦ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୧୪୩ ରନ୍‌ କରିବାକୁ ସକ୍ଷମ ହୋଇଛି। ମୁମ୍ବାଇ ପକ୍ଷରୁ ୪ ଓଭରରେ ୧୪ ରନ୍‌ ଦେଇ ୪ଟି ୱିକେଟ ଦଖଲ କରିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏଥିସହ ସେ ଚଳିତ ଆଇପିଏଲରେ ସର୍ବାଧିକ ୱିକେଟ ଦଖଲକାରୀ ଭାବେ ବାଇଗଣୀ କ୍ୟାପ୍‌ ମଧ୍ୟ ହାସଲ କରିଛନ୍ତି।

ଦିଲ୍ଲୀ ଗତକାଲି ମ୍ୟାଚ୍‌ ହାରିଥିଲେ ହେଁ ଏବେ ବି ଦଳ ପାଖରେ ଫାଇନାଲ ଖେଳିବାର ସୁଯୋଗ ରହିଛି। ଆଜି ସନ୍ଧ୍ୟାରେ ଏଲିମନେଟର ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ଏମାନଙ୍କ ମଧ୍ୟରୁ ଯିଏ ଜିତିବ, ସେ ଦିଲ୍ଲୀ ସହ ଦ୍ୱିତୀୟ କ୍ୱାଲିଫାୟର ଖେଳିବ। ଯଦି ଏହି ମ୍ୟାଚ୍‌ରେ ଦିଲ୍ଲୀ ଜିତିବ, ତା’ହେଲେ ଶ୍ରେୟସ ଆୟରଙ୍କ ଦଳ ପୁଣିଥରେ ମୁମ୍ବାଇ ସହ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

ଗୁରୁବାର ମ୍ୟାଚ୍‌ କଥା ବିଚାରକୁ ନେଲେ ମୁମ୍ବାଇ ଦେଇଥିବା ୨୦୧ ରନ୍‌ର ଟାର୍ଗେଟକୁ ଚେଜ୍‌ କରିବାରେ ଦିଲ୍ଲୀ ଆରମ୍ଭରୁ ହିଁ ଝୁଣ୍ଟିଥିଲା। ଦଳ ସ୍କୋର ବୋର୍ଡ ଓପନ କରିବା ପୂର୍ବରୁ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଇନିଂସ୍‌ର ପ୍ରଥମ ଓଭର୍‌ରେ ଟ୍ରେଣ୍ଟ ବୋଲ୍ଟ ବିନା କୌଣସି ରନ୍‌ ଦେଇ ପୃଥ୍ୱୀ ଶ’ ଓ ଅଜିଙ୍କ୍ୟ ରାହେଣଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ ବୁମ୍ରା ଏକ ଚମତ୍କାର ବଲ୍‌ରେ ଶିଖର ଧୱନଙ୍କୁ କ୍ଲିନବୋଲ୍ଡ କରିଥିଲେ।

କିଛି ସମୟ ପାଇଁ ଅଧିନାୟକ ଶ୍ରେୟସ ଆୟର ଭଲ ଶଟ୍‌ ଖେଳିଥିଲେ। ହେଲେ ସେ ମଧ୍ୟ ୮ ବଲରେ ୧୨ ରନ୍ କରି ବୁମ୍ରାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୬ନଂରେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତ ମଧ୍ୟ କେବଳ ୩ ରନ୍‌ କରି କୃନାଲ ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇଥିଲେ। ଦିଲ୍ଲୀ ୪୧ ରନ୍‌ରେ ୫ ୱିକେଟ ହରାଇ ଘୋର ସଙ୍କଟରେ ପଡ଼ିଥିବା ବେଳେ ମାର୍କସ ଷ୍ଟୋଇନିସ ଓ ଅକ୍ଷର ପଟେଲ କାଉଣ୍ଟର ଆଟାକ ଆରମ୍ଭ କରିଥିଲେ।

ଉଭୟ ୬ ଷ୍ଠ ୱିକେଟ ପାଇଁ ୪୧ ବଲରେ ୭୭ ରନ୍‌ ଯୋଡ଼ି ସ୍ଥିତିକୁ ସଜାଡ଼ିବାକୁ ଚେଷ୍ଟା କରିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ସବୁଠାରୁ ଭରାସଯୋଗ୍ୟ ବୋଲ ବୁମ୍ରାଙ୍କୁ ଡାକିଥିଲେ। ସେ ୧୬ ଓଭର୍‌ର ପ୍ରଥମ ବଲରେ ହିଁ ଷ୍ଟୋଇନିସ(୬୫)ଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଏହାର ଦୁଇଟି ବଲ ପରେ ଡାନିଏଲ ସାମ୍ସ ମଧ୍ୟ ବୁମ୍ରାଙ୍କ ୪ର୍ଥ ଶିକାର ବନିଥିଲେ। ଅକ୍ଷର ପଟେଲ ଲଢ଼େଇ କରି ୪୨ ରନ୍‌ କରିଥିବା ବେଳେ ପୋର୍ଲାଡ ତାଙ୍କୁ ଆଉଟ କରି ଦିଲ୍ଲୀର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଶେଷରେ ଦିଲ୍ଲୀ ୧୪୩ ରନରେ ଅଟକି ଯାଇଥିଲା।

ମୁମ୍ବାଇ ପକ୍ଷରୁ ବୁମ୍ରା ୪ଟି ୱିକେଟ ନେଇଥିବା ବେଳେ ବୋଲ୍ଟ ୨ଟି, ପୋର୍ଲାଡ ଓ କୃନାଲ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

The post ୬ଷ୍ଠ ଥର ପାଇଁ ଫାଇନାଲରେ ମୁମ୍ବାଇ, ୫୭ ରନ୍‌ରେ ହାରିଲା ଦିଲ୍ଲୀ appeared first on Odisha Reporter.



from Odisha Reporter https://ift.tt/3oXx1xH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages