ଆମେରିକାର ବିଦାୟୀ ରାଷ୍ଟ୍ରପତି ଖୋଲି ପାରନ୍ତି ‘ଟ୍ରମ୍ପ ଟିଭି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ଆମେରିକାର ବିଦାୟୀ ରାଷ୍ଟ୍ରପତି ଖୋଲି ପାରନ୍ତି ‘ଟ୍ରମ୍ପ ଟିଭି’

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ତଥା ବିଶ୍ୱର ଜଣେ ସଫଳ ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ ମିଡିଆ ବ୍ୟବସାୟରେ ପାଦ ଥାପି ପାରନ୍ତି। ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଟ୍ରମ୍ପ ଏବଂ ତାଙ୍କ ସମର୍ଥକ ନିର୍ବାଚନରେ ପରାଜୟକୁ ଅଗ୍ରାହ୍ୟ କରି ଆସୁଛନ୍ତି। ଏହାରି ଭିତରେ ଆକ୍ସିଓସର ମାଇକ୍ ଆଲେନ୍ ଗୁରୁବାର କହିଛନ୍ତି, ଟ୍ରମ୍ପ ତାଙ୍କ ସହଯୋଗୀ ମାନଙ୍କୁ କହିଛନ୍ତି ଯେ ସେ ‘ଫକ୍ସ ନ୍ୟୁଜ’ ନେଟୱାର୍କକୁ ଦୁର୍ବଳ କରିବା ପାଇଁ ଏକ ଡିଜିଟାଲ ମିଡିଆ କମ୍ପାନୀ ଆରମ୍ଭ କରିବାକୁ ଚାହୁଁଛନ୍ତି।

ଆଲେନ୍‌ କହିଛନ୍ତି, ଫକ୍ସକୁ ଦୁର୍ବଳ କରିବାକୁ ଟ୍ରମ୍ପ ଯୋଜନା କରୁଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ଫକ୍ସ ନ୍ୟୁଜ ହେଉଛି ସେହି ଚ୍ୟାନେଲ ଯାହାକୁ ନେଇ ଟ୍ରମ୍ପ ତାଙ୍କ ଶାସନ କାଳ ମଧ୍ୟରେ ଅନେକ ସମାଲୋଚନା କରିଛନ୍ତି। ଏମିତିକି ରାତିରେ ଆରିଜୋନା ରାଜ୍ୟରେ ଜୋ ବିଡେନଙ୍କୁ ପ୍ରଚାର କରିବା ପାଇଁ ଫକ୍ସ ନ୍ୟୁଜ୍ ଡାକିଥିଲା। ତେଣୁ ଟ୍ରମ୍ପ ଏବେ ଫକ୍ସ ନ୍ୟୁଜକୁ ଟାର୍ଗେଟ୍ କରି ଆସୁଛନ୍ତି।

ସେହିପରି ଆମେରିକାର ଭ୍ୟାନିଟି ଫେୟାର ନାମକ ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ ଟ୍ରମ୍ପ ନ୍ୟୁଜ୍ କର୍ପରେସନ ପ୍ରତିଷ୍ଠାତା ରୁପେର୍ଟ ମୁଦରକଙ୍କୁ ଡ଼ାକିଥିଲେ। ଏହାପରେ ସେ ତାଙ୍କ ଉପରେ କୌଣସି ଖବରକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏମିତିକି ସଂପୃକ୍ତ ଖବରକୁ ପ୍ରତ୍ୟାହାର କରିବା ପାଇଁ କହିଥିଲେ ହେଲେ ରୁପେର୍ଟ ରାଜି ହୋଇନଥିଲେ।

ସେହିପରି ଲସ୍ ଏଞ୍ଜେଲସ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେବେ ନାହିଁ। କାରଣ ଟିଭି ଚ୍ୟାନେଲ ବା ଡିଜିଟାଲ ମିଡିଆ ଖୋଲିବା ବ୍ୟୟବହୁଳ। ଏବେ ଆମେରିକା ବଜାରରେ ଅନେକ ଚ୍ୟାନେଲ ରହିଛନ୍ତି। ତେଣୁ ଏଭଳି ବ୍ୟୟବହୁଳ କମ୍ପାନୀ ଖୋଲିନପାରନ୍ତି ଟ୍ରମ୍ପ।

ସୂଚନାଯୋଗ୍ୟ, ଟ୍ରମ୍ପ ଟିଭି ଚ୍ୟାନେଲ ଖୋଲିବା କଥା ନୂଆ ନୁହେଁ। ପୂର୍ବ ରାଷ୍ଟପତି ନିର୍ବାଚନ ବେଳେ ମଧ୍ୟ ସମାନ ଚର୍ଚ୍ଚା ହୋଇଥିସା। ସେତେବେଳେ ମଧ୍ୟ  ‘ଟ୍ରମ୍ପ ଟିଭି’ ନାମରେ ଏକ ଚ୍ୟାନେଲ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା।

The post ଆମେରିକାର ବିଦାୟୀ ରାଷ୍ଟ୍ରପତି ଖୋଲି ପାରନ୍ତି ‘ଟ୍ରମ୍ପ ଟିଭି’ appeared first on Odisha Reporter.



from Odisha Reporter https://ift.tt/3nqqpGy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages