ନିର୍ବାଚନ ପୂର୍ବରୁ ବଢ଼ିଲା ମମତାଙ୍କ ଟେନସନ୍, କ୍ୟାବିନେଟ୍ ମିଟିଂକୁ ଆସିଲେନି ୫ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ନିର୍ବାଚନ ପୂର୍ବରୁ ବଢ଼ିଲା ମମତାଙ୍କ ଟେନସନ୍, କ୍ୟାବିନେଟ୍ ମିଟିଂକୁ ଆସିଲେନି ୫ ମନ୍ତ୍ରୀ

କୋଲକାତା: ମମତା ବାନାର୍ଜୀ ଶୁକ୍ରବାର କ୍ୟାବିନେଟ୍ ବୈଠକ କରିଥିଲେ। ଯେଉଁଥିରେ ତାଙ୍କର ୫ କ୍ୟାବିନେଟ୍ ମନ୍ତ୍ରୀ ଅନୁପସ୍ଥିତ ରହିଥିଲେ। ଅନୁପସ୍ଥିତର କାରଣ ମଧ୍ୟ କିଛି ଦେଇନାହାନ୍ତି ଏହି ୫ ମନ୍ତ୍ରୀ। ଯାହାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ଏହି ୫ ମନ୍ତ୍ରୀ ହେଲେ ଶୁଭେନ୍ଦୁ ଅଧିକାରୀ, ପାର୍ଥ ଚାଟାର୍ଜୀ, ରାଜୀବ ବାନାର୍ଜୀ, ଗୌତମ ଦେବ ଏବଂ ରବୀନ୍ଦ୍ରନାଥ ଘୋଷ।

ବୁଧବାର ମମତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇନଥିଲେ। ଶୁଭେନ୍ଦୁ ଗତ କିଛି ମାସ ଧରି ଦଳଠାରୁ ଦୂରରେ ରହିଆସୁଛନ୍ତି। ଏହି ସମୟ ମଧ୍ୟରେ ସେ ବିନା ଦଳୀୟ ବ୍ୟାନରରେ ଅନେକ କାର୍ଯ୍ୟକ୍ରମ କରିଛନ୍ତି। ଯାହାକୁ ନେଇ ଟିଏମସି ମଧ୍ୟରେ ଅସନ୍ତୋଷ ମଧ୍ୟ ରହିଛି। ସେହିପରି ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କୁହାଯାଉଛି। ହେଲେ ନିଜ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସେ କୌଣସି ସୂଚନା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନପଠାଇବା ନେଇ ଅନେକ ସମ୍ଭାବନାକୁ ଦର୍ଶାଉଛି।

ଅନ୍ୟପଟେ ଦୁର୍ଗାପୁରରେ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣେ ଟିଏମସି କର୍ମୀଙ୍କ ଶରୀରରେ ଗୁଳି ବାଜିବାରୁ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଦୁଇ କର୍ମୀ ଆହତ ହୋଇଥିବା ସୂଚନା ରହିଛି।

ବିହାର ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରେ ଏବେ ଆଗାମୀ ଟାର୍ଗେଟ୍ ପଶ୍ଚିମବଙ୍ଗ ରହିଛି। ବିହାର ଫଳାଫଳ ଏବଂ ଅନ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳକୁ ନେଇ ବିଜେପି ଉତ୍ସାହିତ ଥିବା ବେଳେ ଏବେ ଟେନସନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।ରାଜ୍ୟରେ ବିଜେପି ଏବେ ଟିଏମିସି ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାରି ଭିତରେ ଟିଏମସିରେ ଅସନ୍ତୋଷ ବୃଦ୍ଧି ହୋଇଥିବା ଚର୍ଚ୍ଚା ହେଉଛି। ଯାହାକି ମମତାଙ୍କ ଟେନସନ ବଢ଼ାଇଛି ବୋଲି କୁହାଯାଉଛି।

The post ନିର୍ବାଚନ ପୂର୍ବରୁ ବଢ଼ିଲା ମମତାଙ୍କ ଟେନସନ୍, କ୍ୟାବିନେଟ୍ ମିଟିଂକୁ ଆସିଲେନି ୫ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2IyFyGC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages