ପାକିସ୍ତାନର ଆଉ ଜଣେ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୭ରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 27, 2020

ପାକିସ୍ତାନର ଆଉ ଜଣେ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୭ରେ ପହଞ୍ଚିଲା

ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ଜଣଙ୍କ ପରେ ଜଣେ ପାକିସ୍ତାନ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପୂର୍ବରୁ ୬ ଜଣ କ୍ରିକେଟରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଆଜି ଆଉ ଜଣେ ଏହି ପ୍ରାଣଘାତୀ ଭାଇରସ ପଞ୍ଝାରେ ପଡ଼ିଛନ୍ତି। ଏହି କାରଣରୁ ପାକିସ୍ତାନର କ୍ରିକେଟରମାନେ କ୍ରିଷ୍ଟଚର୍ଚ୍ଚ ସ୍ଥିତ ହୋଟେଲରୁ ବାହାରକୁ ବାହାରି ପାରି ନାହାନ୍ତି।

ସେମାନେ ଟ୍ରେନିଂ କରିପାରୁ ନଥିବାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୪ ଦିନ ତଳେ ନ୍ୟୁଜିଲ୍ୟାଣ୍ଡ ଆସିଥିବା ପାକିସ୍ତାନ ଟିମ୍‌ ବାରମ୍ବାର କ୍ୱାରେଣ୍ଟାଇନ ନିୟମ ଭାଙ୍ଗୁଥିବା ଖବର ମିଳିଥିଲା।  ଏହି କାରଣରୁ ନ୍ୟୁଜିଲ୍ୟାଣ୍ତ ପକ୍ଷରୁ ଦଳକୁ ଚୂଡ଼ାନ୍ତ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ଯଦି କୌଣସି ଖେଳାଳି କ୍ୱାରେଣ୍ଟାଇନ ନିୟମ ଭାଙ୍ଗିବେ, ତା’ହେଲେ ଦଳକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ନ୍ୟୁଜିଲ୍ୟାଣ୍ଡ ସରକାର କହିଛନ୍ତି।

ଡିସେମ୍ବର ୧୮ରେ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଏଥିପାଇଁ ୪ ଦିନ ତଳେ ପାକିସ୍ତାନ ଟିମ ଏଠାରେ ପହଞ୍ଚିଥିଲା। ଲାହୋରରୁ ଆସିବା ବେଳେ କୌଣସି ଖେଳାଳିଙ୍କ ଶରୀରରେ କରୋନା ଲକ୍ଷଣ ନଥିଲା। ହେଲେ ନ୍ୟୁଜିଲ୍ୟାଣ୍ତରେ ସେମାନଙ୍କ ଟେଷ୍ଟ କରାଯିବାରୁ ପ୍ରଥମେ ୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ତେଣୁ ସବୁ ଖେଳାଳି କ୍ୱାରେଣ୍ଟାଇନରେ ରହିଥିଲେ। ଏବେ ଆଉ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଆଉ ସମସ୍ତ ଖେଳାଳିଙ୍କ ସ୍ୱାବ ଟେଷ୍ଟ ନେଗେଟିଭ ଆସିଥିବା ନ୍ୟୁଜିଲ୍ୟାଣ୍ଡ ସ୍ୱାସ୍ଥ୍ୟ ବିଭାଗ କହିଛି। ଏବେ ସୋମବାର ପୁଣି ସବୁ ଖେଳାଳିଙ୍କ କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।

The post ପାକିସ୍ତାନର ଆଉ ଜଣେ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୭ରେ ପହଞ୍ଚିଲା appeared first on Odisha Reporter.



from Odisha Reporter https://ift.tt/3qiJxbI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages