ଗଣଦୁଷ୍କର୍ମର ଶିକାର ହେଲେ ଆଇନ୍ ଛାତ୍ରୀ, ନ୍ୟାୟ ନ ପାଇ ଜୀବନ ହାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଗଣଦୁଷ୍କର୍ମର ଶିକାର ହେଲେ ଆଇନ୍ ଛାତ୍ରୀ, ନ୍ୟାୟ ନ ପାଇ ଜୀବନ ହାରିଲେ

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଚର୍ଚ୍ଚାକୁ ଆସିଥିବା ୟୁପିରେ ପୁଣି ଥରେ ଏପରି ଏକ ଲୋମଟାଙ୍କୁରା ଘଟଣା ସାମନାକୁ ଆସିଛି। ଏଥର ଅପହରଣ, ଗଣବଳାତ୍କାର, ବ୍ଲାକମେଲିଂର ଶିକାର ହୋଇଥିବା ପୀଡ଼ିତା ଖୋଦ ଜଣେ ୧୯ ବର୍ଷୀୟା ଆଇନ ଛାତ୍ରୀ। ଏହାସତ୍ତ୍ୱେ ପୁଲିସ୍‌ଠାରୁ ନ୍ୟାୟ ନ ପାଇ ମାନସିକ ଭାବେ ନିର୍ଯାତିତ ହୋଇ ଶେଷରେ ସେ ନିଜ ଜୀବନ ହାରିଛନ୍ତି।

ଆଇନ ଛାତ୍ରୀଜଣକ ଗଣବଳାତ୍କାର ନେଇ ଗତ ଅକ୍ଟୋବର ୨୪ ତାରିଖରେ ଥାନାରେ ଲିଖିତ ମାମଲା କରିଥିଲେ। ହେଲେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ କୌଣସି ତତ୍ପରତା ପ୍ରକାଶ କଲା ନାହିଁ।

ଯୁବତୀଜଣକ ଛାଡ଼ି ଯାଇଥିବା ସୁଇସାଇଡାଲ ନୋଟରେ ୩ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରିଛନ୍ତି।  ସେମାନେ ତାଙ୍କୁ ଗଣବଳାତ୍କାର କରି ତାହାର ଭିଡିଓ ସୁଟ କରିଥିଲେ। ଏହାପରେ ରାସ୍ତାରେ ଛାଡ଼ି ପଳାଇଥିଲେ। କିନ୍ତୁ ଘଟଣା ସମ୍ପର୍କରେ ବାହାରେ ପ୍ରଘଟ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଉଥିବା ଉଲ୍ଲେଖ ଅଛି।

ମାତ୍ର ଏନେଇ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ମାନସିକ ଚାପରେ ରହୁଥିବା ପୀଡ଼ିତା ଶେଷରେ ଗତ ସୋମବାର  ଆତ୍ମହତ୍ୟା  କରିଥିବା ଜଣାଯାଇଛି।।

ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ୩ ସପ୍ତାହ ଧରି ଚୁପଚାପ ବସି ରହିଥିବା ୟୁପି ପୁଲିସ୍‌ କିନ୍ତୁ ତାଙ୍କ ଆତ୍ମହତ୍ୟା ପରେ  ବେଶ୍‌  ତତ୍ପର ହୋଇଉଠିଛି।  ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଯୁବତୀଙ୍କ ଆତ୍ମହତ୍ୟାର ଦିନକ ପରେ ପୁଲିସ୍‌ ତରବରିଆ ଭାବେ ହରିଆଣାରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ତଦନ୍ତ କାର୍ଯ୍ୟ ସମ୍ଭାଳୁଥିବା ୨ ପୁଲିସ୍‌ଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି।

The post ଗଣଦୁଷ୍କର୍ମର ଶିକାର ହେଲେ ଆଇନ୍ ଛାତ୍ରୀ, ନ୍ୟାୟ ନ ପାଇ ଜୀବନ ହାରିଲେ appeared first on Odisha Reporter.



from Odisha Reporter https://ift.tt/36Po7d6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages