ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ତେବେ ତାଙ୍କୁ ବିନା ନୋଟିସରେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହା ପୂର୍ବରୁ ମଧ୍ୟ ମନୋରଂଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସରରେ ପଚରା ଉଚରା କରାଯାଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ ପଚରା ଉଚରା କରାଯାଇଥିଲା।
ଏବେ ପୁଣି ବିନା ନୋଟିସ ଏବଂ ବିନା ମାମାଲାରେ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶ୍ରୀ ଷଡଙ୍ଗୀଙ୍କର ଉଚ୍ଚ ରକ୍ତଚାପ ରହିଛି ଏବଂ ସକାଳୁ ସେ ମେଡିସିନ୍ ଓ ଖାଦ୍ୟ ଗ୍ରହଣ ମଧ୍ୟ କରିନାହାନ୍ତି।
ଏପରିକି ତାଙ୍କଠାରୁ ମୋଇବାଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଛି। ଘରେ ତାଙ୍କର ୮୪ ବର୍ଷୀୟା ବୃଦ୍ଧା ମା’ଙ୍କ ସମେତ ମାତ୍ର ଦୁଇଜଣ ମହିଳା ଅଛନ୍ତି। ତେବେ ତାଙ୍କୁ କାହିଁକି ଏବଂ କେଉଁ କାରଣରୁ କ୍ରାଇମବ୍ରାଞ୍ଚ ଉଠାଇ ନେଲା, ତାହା ଜଣାପଡ଼ିନାହିଁ।
ଘଟଣା ସଂପର୍କରେ ମନୋରଂଜନଙ୍କ ଝିଅ ଗାୟତ୍ରୀ କହିଛନ୍ତି, ୫ ଜଣ ଆସିଥିଲେ। ବିନା ନୋଟିସ୍ ଜବରଦସ୍ତି ଘରେ ପଶି ବାପାଙ୍କୁ ଉଠାଇ ନେଲେ। ବାପା ଡାଇବେଟିସ୍ ରୋଗୀ। ସାଙ୍ଗରେ ଔଷଧ ନେବାକୁ ବି ତାଙ୍କୁ ଦିଆଗଲାନି। ସେ କିଛି ଖାଇ ମଧ୍ୟ ନଥିଲେ। କେଉଁଠିକୁ ନେଲେ କିଛି କହିଲେନି। ବାପାଙ୍କ ସହ ଯୋଗାଯୋଗ ହୋଇପାରୁନି। ତେଣୁ ଆମ ସମସ୍ତଙ୍କୁ ଖୁବ୍ ବ୍ୟସ୍ତ ଲାଗୁଛି। ବାପାଙ୍କୁ ସେମାନେ ନେଇ ଯିବା ପରଠୁ ଜେଜେ ମା’ ଅସୁସ୍ଥ ଅଛନ୍ତି।
The post ଓଟିଭି ସିଏଫଓଙ୍କୁ ବିନା ନୋଟିସରେ ଉଠାଇନେଲା କ୍ରାଇମବ୍ରାଞ୍ଚ୍ appeared first on Odisha Reporter.
from Odisha Reporter https://ift.tt/2HTxEqG
No comments:
Post a Comment