ଖୁସି ଖବର! ଏହି ଦିନ ଆସିବ କରୋନା ଭ୍ୟାକସିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ଖୁସି ଖବର! ଏହି ଦିନ ଆସିବ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: କରୋନା ଭ୍ୟାକସିନ କେବେ ଆସିବ, ତାକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ କରୋନା ଭ୍ୟାକସିନ୍ ପ୍ରସ୍ତତକର୍ତ୍ତା କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା ଦେଶବାସୀଙ୍କ ପାଇଁ ବଡ଼ ଖୁସି ଖବର ଆଣିଛନ୍ତି। ପୁନାୱାଲାଙ୍କ କହିବା ଅନୁଯାୟୀ, ଜାନୁଆରୀ ସୁଦ୍ଧା ଭାରତରେ କୋଭିସିଲ୍ଡ କରୋନା ଭ୍ୟାକସିନ୍ ଉପଲବ୍ଧ ହୋଇପାରେ। ତା’ ପୁଣି ଅପେକ୍ଷାକୃତ କମ୍ ଦାମରେ ମିଳିପାରିବ ବୋଲି କହିଛନ୍ତି ପୁନାୱାଲା।

ପୁଣେସ୍ଥିତ ଏହି ଫାର୍ମା କମ୍ପାନୀର ସିଇଓ ଏକ ସାକ୍ଷାତକାର ଅବସରରେ କହିଛନ୍ତି, ଯଦି ଟିକା ଭୂତାଣୁ ବିରୋଧୀ ଓ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ଏବଂ ନିୟନ୍ତ୍ରକ ସଂସ୍ଥା ଅନୁମତି ଦିଏ, ତେବେ ଏହା ୨୦୨୧ ଜାନୁଆରୀ ସୁଦ୍ଧା ଶସ୍ତାରେ ଭାରତରେ ଉପଲବ୍ଧ ହୋଇପାରିବ। ଉଭୟ ଭାରତ ଓ ଇଂଲଣ୍ଡରେ ଏହି ଟିକା ସଫଳତାର ସହ ପରୀକ୍ଷଣ କରାଯାଇଛି। ଏପର୍ଯ୍ୟନ୍ତ ସୁରକ୍ଷାର କୌଣସି ଚିନ୍ତା ନାହିଁ, କିନ୍ତୁ ଭ୍ୟାକସିନର ଦୀର୍ଘକାଳୀନ ପ୍ରଭାବକୁ ପରଖିବା ପାଇଁ ୨-୩ ବର୍ଷ ସମୟ ଲାଗିପାରେ ବୋଲି ପୁନାୱାଲା କହିଛନ୍ତି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ବ୍ରିଟିଶ୍ ଓ ସ୍ୱିଡିସ୍ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସହ ମିଶି କୋଭିସିଲଡ୍ ଉତ୍ପାଦନ ପାଇଁ ଗବେଷଣା ଜାରି ରଖିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ହେଉଥିବା ଏହି ଟୀକା ଦ୍ୱିତୀୟ ଓ ତୃତୀୟ ପଯର୍ୟାୟ ମାନବ ପରୀକ୍ଷଣ ସ୍ତରରେ ରହିଛି।

The post ଖୁସି ଖବର! ଏହି ଦିନ ଆସିବ କରୋନା ଭ୍ୟାକସିନ୍ appeared first on Odisha Reporter.



from Odisha Reporter https://ift.tt/3jZ4vIb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages