ମାଲକାନଗିରିରେ ଅଜଣା ରୋଗ ଆତଙ୍କ, ଦେଢ ମାସରେ ଗଲାଣି ୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ମାଲକାନଗିରିରେ ଅଜଣା ରୋଗ ଆତଙ୍କ, ଦେଢ ମାସରେ ଗଲାଣି ୫ ଜୀବନ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଭେଜନପାଲୀ ଗାଁରେ ଦେଖାଦେଇଛି ଅଜଣା ରୋଗ ଆତଙ୍କ । ଏହି ରୋଗ କବଳରେ ପଡ଼ି ଗତ ଦେଢ ମାସ ମଧ୍ୟରେ ୫ରୁ ଅଧିକ ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ଏବେ ବି ୧୦ରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ଆକ୍ରାନ୍ତଙ୍କ ହାତଗୋଡ଼ ଫୁଲିବା ସହ ଶରୀର ଦୁର୍ବଳ ହୋଇ ପଡୁଛି । ଶେଷରେ ସେମାନେ ମୃତ୍ୟୁମୁଖରେ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।  ଦୁର୍ଗମ ଅଞ୍ଚଳରେ ଏହି  ଅଜଣା ରୋଗରେ ଆକ୍ରାନ୍ତ  ହେଉଥିବା ବ୍ୟକ୍ତି ମେଡିକାଲ ନଯାଇ ଗୁଣିଗାରେଡି ଉପରେ ନିର୍ଭର କରୁଥିବାରୁ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା କୁହାଯାଉଛି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବର୍ତ୍ତମାନ ସୁଦ୍ଧା ଡାକ୍ତରୀ ଟିମ୍ ପହଞ୍ଚିନଥିବା ଜଣାପଡିଛି ।

The post ମାଲକାନଗିରିରେ ଅଜଣା ରୋଗ ଆତଙ୍କ, ଦେଢ ମାସରେ ଗଲାଣି ୫ ଜୀବନ appeared first on Odisha Reporter.



from Odisha Reporter https://ift.tt/2GsPT63

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages