ୟୁ ଟର୍ଣ୍ଣ ମାରିଲା କରୋନା; ପୁଣି ଥରେ ଏହି ଦେଶ ୪ ସପ୍ତାହ ପାଇଁ ଲକ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ୟୁ ଟର୍ଣ୍ଣ ମାରିଲା କରୋନା; ପୁଣି ଥରେ ଏହି ଦେଶ ୪ ସପ୍ତାହ ପାଇଁ ଲକ୍‌ଡାଉନ୍‌

ଲଣ୍ଡନ: ବିଭିନ୍ନ ଦେଶରେ ତଳମୁହାଁ ହୋଇଥିବା କରୋନା ଗ୍ରାଫ୍‌ ପୁଣି ଥରେ ୟୁ ଟର୍ଣ୍ଣ ମାରୁଥିବା ବେଳେ ଇଂଲଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏହି ଦେଶରେ ବି କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପ ଧାରଣ କରିବାକୁ ଯାଉଥିବା ବେଳେ ଏହାକୁ କାବୁ କରିବାକୁ ଆଜିଠୁ ଆରମ୍ଭ ହେଉଛି ଲକ୍‌ଡାଉନ୍‌-୨।

ନଭେମ୍ବରରେ ପୁଣି ଥରେ ୪ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଆରମ୍ଭ ହେବାକୁ ଯାଉଥିବା ନେଇ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଏନେଇ ଗତ ୧ ତାରିଖରେ ଘୋଷଣା କରିଥିଲେ। ଆଜିଠୁ ଆରମ୍ଭ ହେଉଥିବା ଏହି ଲକ୍‌ଡାଉନ୍‌ କଟକଣା ଡିସେମ୍ବର  ୨ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ଏହି ସମୟରେ ସ୍କୁଲ, ବିଶ୍ୱବିଦ୍ୟାଳୟ ଖୋଲା ରହିବା ନିମନ୍ତେ ଅନୁମତି ଦିଆଯିବ। କିନ୍ତୁ ଏହି ସମୟରେ ମଧ୍ୟରେ ଇଂଲଣ୍ଡରେ ଜରୁରୀ ନ ଥିବା ଦୋକନ, ରେସ୍ତୋରାଁ, ପବ ଓ ହୋଟେଲ ବନ୍ଦ ରହିବ। ଏହାବ୍ୟତୀତ ଏହି ସମୟରେ ବିଭିନ୍ନ ସ୍ଥାନକୁ ଯାତାୟତ ଉପରେ ମଧ୍ୟ କଟକଣା ଲାଗିଛି।ଏହା ପୂର୍ବରୁ ମାର୍ଚ୍ଚ ମାସରେ ଲଣ୍ଡନରେ ପ୍ରଥମ ଥର ପାଇଁ ଲକ୍‌ଡାଉନ୍‌ର ଘୋଷଣା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଜନସନ ନିଜ ଟ୍ୱିଟ୍‌ରେ ଦେଶବାସୀଙ୍କୁ ଲକ୍‌ଡାଉନ୍‌ କଟକଣା ମାନିବାକୁ ଅପିଲ କରିଛନ୍ତି। ଏହାପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି।

ବ୍ରିଟେନରେ ଏପର୍ଯ୍ୟନ୍ତ ୧୧ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮ ହଜାରରୁ ଅଧିକ ପ୍ରାଣ ହରାଇ ସାରିଲେଣି।

The post ୟୁ ଟର୍ଣ୍ଣ ମାରିଲା କରୋନା; ପୁଣି ଥରେ ଏହି ଦେଶ ୪ ସପ୍ତାହ ପାଇଁ ଲକ୍‌ଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/3jTdjiI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages