ନୂଆଦିଲ୍ଲୀ: କିଛି ଦିନ କରୋନା ଗ୍ରାଫ ତଳମୁହାଁ ହେବା ପରେ ଏବେ ପୁଣିଥରେ ଏହା ଉପରକୁ ଉଠିବାରେ ଲାଗିଛି। ପୂର୍ବରୁ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ୩୦ ହଜାର ଓ ୪୦ ହଜାର ରହୁଥିଲା। କିନ୍ତୁ ଏବେ ଦୈନିକ ସଂକ୍ରମଣ ୫୦ ହଜାର ପାର କରିଛି। ଆଜି ଗୋଟିଏ ଦିନରେ ଆଉ ୪୫,୮୮୨ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ପାର କରିଛି।
ଦେଶରେ ଏଯାଏ ୯୦,୦୪,୩୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮୪,୨୮,୪୦୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ଏହାର ଅର୍ଥ ଦେଶରେ ଆରୋଗ୍ୟ ହାର ୯୩.୬% ରହିଛି। ଗତ ୨୪ ଘଣ୍ଟାରେ ୪୪, ୮୦୭ ଜଣ ଲୋକ ସୁସ୍ଥ ହୋଇଛନ୍ତି।
ଅନ୍ୟପକ୍ଷରେ ଏହି ପ୍ରାଣଘାତୀ ଭାଇରସ ଗୋଟିଏ ଦିନରେ ଆଉ ୫୮୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୨,୧୬୨ରେ ପହଞ୍ଚି ଯାଇଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ ସଂଖ୍ୟା ୪,୪୩,୭୯୪ ରହିଛି।
ମହାରାଷ୍ଟ୍ର ମୋଟ ସଂକ୍ରମିତଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି। ହେଲେ ଏଠାରେ ଧୀରେଧୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫,୫୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୫୪ ଜଣଙ୍କ ଜୀବନ ଯାଇଛି।
ଦିଲ୍ଲୀରେ ଦୈନିକ ସଂକ୍ରମଣ ଚିନ୍ତା ବଢ଼ାଇଛି। ଗୁରୁବାର ଏଠାରେ ୭,୫୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୮ ଜଣଙ୍କ ଜୀବନ ଯାଇଛି। ଦିନକୁ ଦିନ ଦିଲ୍ଲୀର କରୋନା ସ୍ଥିତି ସାଂଘାତିକ ହେଉଥିବାରୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଏକାଧିକ କଟକଣା ମଧ୍ୟ ଜାରି କରାଯାଇଛି।
The post ପୁଣି ଦେଶରେ ବଢ଼ିଲାଣି କରୋନା ସଂକ୍ରମଣ, ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ପାର appeared first on Odisha Reporter.
from Odisha Reporter https://ift.tt/332rrka
No comments:
Post a Comment