କୋରାପୁଟ (ଓଡ଼ିଶା ରିପୋର୍ଟର): ପ୍ରଥମେ କାରଖାନା ବସୁ, ତା’ପରେ ଖଣି ଖନନ ହେଉ। ଏମିତି ଦାବି ରଖିଛନ୍ତି କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ଶହ ଶହ ଗ୍ରାମବାସୀ।
ଓଡ଼ିଶା ଖଣି ନିଗମ ପକ୍ଷରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ଥ କୋଡ଼ିଂଗାମାଳି ଖଣି ଖନନ ପାଇଁ ଜନଶୁଣାଣି ହେବାର ରହିଛି। ତେବେ ଆସନ୍ତା ୨୫ରେ କୋରାପୁଟ ଓ ରାୟଗଡା ଜିଲ୍ଲାର ସୀମାନ୍ତ ପୋଡ଼ାପାଡ଼ିରେ ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରାଯିବ ବୋଲି କାଂଶାରୀଗୁଡାଠାରେ ଆୟୋଜିତ ବୈଠକରେ ଲୋକେ ନିଷ୍ପତ୍ତି ନେଇଛନ୍ତି। ଦୁଇ ଜିଲ୍ଲାର ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀ କହିଛନ୍ତି ଯେ, ଯେତେ ଦିନ ପର୍ଯ୍ୟନ୍ତ କାରଖାନା ର୍ନିମାଣ ହୋଇନି, ସେ ଯାଏଁ ଖଣି ଖନନ କରାଇ ଦିଆଯିବ ନାହିଁ।
The post “ପ୍ରଥମେ କାରଖାନା ତା’ପରେ ଖଣି ଖନନ” appeared first on Odisha Reporter.
from Odisha Reporter https://ift.tt/3fiLbEQ
No comments:
Post a Comment