ପ୍ରଶ୍ନ ଘେରରେ ଅକ୍ସଫୋର୍ଡର କରୋନା ଟିକା, ପୁଣିଥରେ ଟ୍ରାଏଲ ଆରମ୍ଭ କରିବାକୁ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ପ୍ରଶ୍ନ ଘେରରେ ଅକ୍ସଫୋର୍ଡର କରୋନା ଟିକା, ପୁଣିଥରେ ଟ୍ରାଏଲ ଆରମ୍ଭ କରିବାକୁ ନିଷ୍ପତ୍ତି

ଲଣ୍ଡନ: ବହୁ ଚର୍ଚ୍ଚିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ପୂର୍ବରୁ ଟିକା ୭୦% ସଫଳତା ପାଇଥିବା କୁହାଯାଇଥିଲେ ହେଁ ଟିକା ପ୍ରସ୍ତୁତିରେ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି। ଏହାକୁ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ଓ ପୁଣିଥରେ ଏହାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯିବ ବୋଲି ଆଷ୍ଟ୍ରାଜେନେକା ପକ୍ଷରୁ କୁହାଯାଇଛି।

ବିଶ୍ୱର ବିଭିନ୍ନ ସ୍ଥାନରେ ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷା ଚାଲିଛି। ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଥିବା ବେଳେ ଏହାର ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଥିଲା। ରିପୋର୍ଟରେ କୁହାଯାଇଥିଲା, ଯେଉଁ ଗ୍ରୁପ୍‌କୁ ଟିକାର କମ୍‌ ମାତ୍ରା ଦିଆଯାଇଥିଲା ସେମାନେ ସଂପୂର୍ଣ୍ଣ ୨ଟି ଡୋଜ୍‌ ନେଇଥିବା ଗୋଷ୍ଠୀଠାରୁ ଅଧିକ ସୁରକ୍ଷିତ। କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଯଦି ଜଣେ କରୋନା ଆକ୍ରାନ୍ତଙ୍କୁ ପ୍ରଥମେ ଟିକାର ଅଧା ଡୋଜ୍ ଓ ଏହାର ମାସକ ମଧ୍ୟରେ ପୂରା ଡୋଜ୍ ଦିଆଯାଉଛି, ତା’ହେଲେ ଏହା କରୋନାକୁ ପ୍ରତିହତ କରିବାରେ ୯୦% ସହାୟକ ହେଉଛି।

ସେହିପରି ଆଉ ଏକ ପରୀକ୍ଷାରୁ ଜଣାପଡ଼ିଛି ଯେ ଯଦି ମାସକ ମଧ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କୁ ଦୁଇ ଥର ଟିକାର ଫୁଲ ଡୋଜ୍‌ ଦିଆଯାଉଛି, ତା’ହେଲେ ଏହା ୬୨% ପ୍ରଭାବ ଦେଖାଇ ପାରୁଛି। ଦୁଇଟି ଯାକ ଟ୍ରାଏଲକୁ ବିଶ୍ଲେଷଣ କଲେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ଟିକା କରୋନା ବିରୋଧରେ ହାରାହାରି ୭୦% ପ୍ରଭାବ ଦେଖାଇ ପାରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା।

ତେବେ କମ ମାତ୍ରା ନେଉଥିବା ଲୋକ କେମିତି ଅଧିକ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା। ଟିକା ପ୍ରସ୍ତୁତିରେ ତ୍ରୁଟି ଥିବା ମଧ୍ୟ ଅନେକ ଆଶଙ୍କା କରିଥିଲେ।

ଏବେ ଟିକା ପ୍ରସ୍ତୁତିରେ ବଡ଼ ଧରଣର ତ୍ରୁଟିକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ତେଣୁ ପ୍ରକୃତ ତଥ୍ୟ ଜାଣିବା ପାଇଁ ପୁଣିଥରେ ବିଶ୍ୱର ବିଭିନ୍ନ ସ୍ଥାନରେ ଟିକାର ପରୀକ୍ଷା କରାଯିବ ବୋଲି ଆଷ୍ଟ୍ରାଜେନେକା ପକ୍ଷରୁ କୁହାଯାଇଛି। ତେବେ ପୂର୍ବ ଟ୍ରାଏଲ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

The post ପ୍ରଶ୍ନ ଘେରରେ ଅକ୍ସଫୋର୍ଡର କରୋନା ଟିକା, ପୁଣିଥରେ ଟ୍ରାଏଲ ଆରମ୍ଭ କରିବାକୁ ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3maT4il

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages