ଜମ୍ମୁ: ପୁଣିଥରେ ସୀମା ଲଙ୍ଘି ଭାରତୀୟ ଆଉଟ ପୋଷ୍ଟ ଓ ସୀମାନ୍ତ ଗାଁକୁ ଟାର୍ଗେଟ କରିଛି ପାକିସ୍ତାନ। ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିବା ଗୁଳିମାଡ଼ରେ ଜଣେ ଜୁନିୟର କମିଶନଡ ଅଫିସର(ଜେସିଓ) ପ୍ରାଣ ହରାଇଥିବା ବେଳେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି।
ଜମ୍ମୁ-କଶ୍ମୀରର ପୁଞ୍ଜ ଜିଲ୍ଲା ସ୍ଥିତ କ୍ୱାସବ ଓ କେରନ ସେକ୍ଟରରେ ପାକିସ୍ତାନ ସେନା ଗତକାଲି ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିଲା। ମୋର୍ଟାର ମାଡ଼ ଯୋଗୁ ଜେସିଓ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ସେହିପରି ଆହତ ସ୍ଥାନୀୟ ଅଞ୍ଚଳର ମହମ୍ମଦ ରଶିଦଙ୍କୁ ଅଧିକ ଚିକିତ୍ସା ପାଇଁ ଜିଏମସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
The post ପାକିସ୍ତାନ ଗୁଳିରେ ଆର୍ମି ଜେସିଓ ମୃତ, ସାଧାରଣ ଲୋକ ଆହତ appeared first on Odisha Reporter.
from Odisha Reporter https://ift.tt/3lbJ4V1
No comments:
Post a Comment