ପାଟନା: କରୋନା ମହାମାରୀ କବଳରୁ ଦେଶକୁ ରକ୍ଷା କରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଲ ମାରିଛନ୍ତି। ଟ୍ରମ୍ପ ଦେଶକୁ ରକ୍ଷା କରିବା ପାଇଁ ଯାହା କରିପାରିଲେନି ସେକଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରି ଦେଖାଇଛନ୍ତି। ଏଭଳି ଢଙ୍ଗରେ ମୋଦିଙ୍କୁ ପ୍ରଶଂସା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିହାର ନିର୍ବାଚନ ପାଇଁ ଗୁରୁବାର ଦରଭଙ୍ଗାରେ ବିରାଟ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ନଡ୍ଡା ଏପରି କହିଛନ୍ତି।
ସେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି। ସମସ୍ତେ ଅଭିଯୋଗ କରୁଛନ୍ତି ଯେ ଡୋନାଲ୍ଟ ଟ୍ରମ୍ପ କରୋନା ମହାମାରୀକୁ ଠିକ୍ ଭାବେ ମୁକାବିଲା କରିପାରି ନାହାନ୍ତି। କିନ୍ତୁ ମୋଦିଜୀ ଦେଶକୁ କରୋନା କବଳରୁ ରକ୍ଷା କରିଛନ୍ତି। ଦେଶ ଓ ଏହାର ୧୩୦ କୋଟି ଲୋକଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ମୋଦିଜୀ ସମୟ ପୂର୍ବରୁ ସବୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ରହିଛି ବୋଲି ସେ କହିଛନ୍ତି।
#WATCH: Results of US elections are being declared and the allegation against Donald Trump is that he could not handle COVID-19 properly, but Modi ji saved the country with 130-crore population by taking timely decision: BJP President JP Nadda in Darbhanga#BiharElections pic.twitter.com/Rs67IHqHDL
— ANI (@ANI) November 5, 2020
ବିଶ୍ୱରେ କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ଆମେରିକା ପଛକୁ ଭାରତ ରହିଛି। ଭାରତରେ ୧୧ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧,୨୪,୩୧୫ ଜଣଙ୍କ ଜୀବନ ଯାଇଛି।
The post ଟ୍ରମ୍ପ ଯାହା କରିପାରିଲେନି ସେକଥା ମୋଦି କରି ଦେଖାଇଛନ୍ତି: ଜେପି ନଡ୍ଡା appeared first on Odisha Reporter.
from Odisha Reporter https://ift.tt/3ewRwMT
No comments:
Post a Comment