ବିଜୟ ନେଇ ପୁଣି ଦୃଢ଼ୋକ୍ତି କଲେ ବାଇଡେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

ବିଜୟ ନେଇ ପୁଣି ଦୃଢ଼ୋକ୍ତି କଲେ ବାଇଡେନ

ୱିଲିମିଙ୍ଗଟନ: ଆମେରିକା ନିର୍ବାଚନ ଫଳାଫଳକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ନିର୍ବାଚନ ସରିବାକୁ ଇତି ମଧ୍ୟରେ ୩ ଦିନ ବିତି ଯାଇଥିଲେ ହେଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ଗଣତି ଅନୁଯାୟୀ, ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ଆଗରେ ରହିଛନ୍ତି। ହେଲେ ଶେଷ ମୁହୂର୍ତ୍ତରେ ବାଜି ଓଲଟିବାର ଯଥେଷ୍ଟ ସମ୍ଭାବନା ରହିଛି।

ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ବାଇଡେନ ଆଜି ପୁଣିଥରେ ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସ୍ଥିତି ଆମକୁ ଆନନ୍ଦ ଦେଉଛି। ଗଣତି ଶେଷ ହେଲେ ମୁଁ ଓ ସିନେଟର କମଳା ହାରିସ ବିଜେତା ଘୋଷଣା ହେବୁ। ଏଥିରେ କୌଣସି ହେଲେ ବି ସନ୍ଦେହ କିମ୍ବା ଦ୍ୱନ୍ଦ୍ୱ ନାହିଁ। ଭୋଟରମାନେ ଧୈର୍ଯ୍ୟ ରଖନ୍ତୁ। ଖୁବଶୀଘ୍ର ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ। ଏହି ନିର୍ବାଚନରେ ଡ୍ରମୋକ୍ରାଟ ଦଳ ନିଶ୍ଚିତ ଭାବେ ବିଜୟ ହେବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ହେବାକୁ ହେଲେ ଜଣେ ପ୍ରାର୍ଥୀଙ୍କୁ ୨୭୦ଟି ଇଲେକ୍ଟ୍ରୋରାଲ ଭୋଟ ଦରକାର। ବର୍ତ୍ତମାନ ବାଇଡେନ ୨୬୪ଟି ଓ ଟ୍ରମ୍ପ ୨୧୪ଟି ଇଲେକ୍ଟ୍ରୋରାଲ ଭୋଟ ପାଇଛନ୍ତି।

The post ବିଜୟ ନେଇ ପୁଣି ଦୃଢ଼ୋକ୍ତି କଲେ ବାଇଡେନ appeared first on Odisha Reporter.



from Odisha Reporter https://ift.tt/2GvX2CC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages