ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଅବ୍ୟବହୃତ ସ୍କ୍ରାପ୍ରୁ ତିଆରି ହେଉଛି ମନଲୋଭା ପ୍ରତିକୃତି। କେଉଁଠି ବିଶାଳକାୟ ଗିଟାର, ଆଇରନ୍ ମ୍ୟାନ୍ ,ଟର୍ମିନଟର ତ ଆଉ କେଉଁଠି ଡଲଫିନ୍, କଇଁଛ ଓ ଚେତକ ହେଲିକପ୍ଟର ରହିଛି। ଏହି କଳାକୃତି ପାଇଁ ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ଥିବା ଓପନ ଏୟାର ସ୍କ୍ରାପ୍ ମ୍ୟୁଜିୟମ ‘ଦି ହାର୍ଟ, ମାଇଣ୍ଡ ଏଣ୍ଡ ହ୍ୟାଣ୍ଡ’ ସୋକୁ ମିଳିଛି ଏସିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ। ଏହି ମ୍ୟୁଜିୟମରେ ସ୍ଥାନ ପାଇଛି ୨୦ଟି ବୃହତ ମନଲୋଭା ମଡେଲ।
୧୦ହଜାର ବର୍ଗ ଫୁଟ ପରିମିତ ଜାଗାରେ ନିର୍ମିତ ଏହି ସ୍କ୍ରାପ୍ ମ୍ୟୁଜିୟମକୁ ସର୍ବବୃହତ ବୋଲି ବିବେଚିତ କରାଯାଇଛି । ବ୍ରହ୍ମପୁର ସରକାରୀ ଆଇଆଇଟିର ବିଭିନ୍ନ ଟ୍ରେଡର ପ୍ରାକ୍ଟିକାଲରୁ ବାହାରୁଥିବା ସ୍କ୍ରାପରୁ ବିଭିନ୍ନ ମଡେଲ ତିଆରି କରାଯାଇ ଏହି ମ୍ୟୁଜିୟମ୍ର ବିଭିନ୍ନ ସ୍ଥାନରେ ରଖାଯାଇଛି।
ଏନେଇ ଅନୁଷ୍ଠାନର ନିର୍ଦ୍ଦେଶକ କହିଛନ୍ତି, ଏହି ସ୍କ୍ରାପ୍ ମୁ୍ୟଜିୟମ ପାର୍କ ଏସିଆର ସର୍ବବୃହତ ପାର୍କର ମାନ୍ୟତା ପାଇଛି। ଏହାଦ୍ୱାରା ଅବ୍ୟବହୃତ ଜିନିଷର ସଠିକ୍ ବିନିଯୋଗ କରାଯାଇପାରିଛି, ଯାହାକି ପରିବେଶ ଅନୁକୂଳ ଅଟେ। ଏହାଦ୍ୱାରା ଏହି ଅନୁଷ୍ଠାନର ପିଲାଙ୍କୁ ବହୁଦେଶୀୟ କମ୍ପାନୀରେ ଉଚ୍ଚବେତନରେ ଚାକିରୀ ମିଳିବା ନିମନ୍ତେ ପଥ ପରିଷ୍ପର ହୋଇପାରିଛି। ଏହାବ୍ୟତୀତ ସେମାନେ ନିଜେ ମଧ୍ୟ ସ୍ୱାବଲମ୍ବୀ ଭାବେ ବେପାର ଆରମ୍ଭ କରିପାରିବେ। କେବଳ ବ୍ରହ୍ମପୁର ନୁହେଁ ଓଡ଼ିଶାର ଏକ ଥିମ୍ ପାର୍କ ରୂପେ ଏହା ଗଣାଯିବ।
The post ଅବ୍ୟବହୃତ ସ୍କ୍ରାପ୍ରୁ ହେଉଛି ମନଲୋଭା ପ୍ରତିକୃତି; ଏସିଆ ବୁକ୍ ଅଫ୍ ରେକଡର୍ସରେ ମିଳିଲା ସ୍ଥାନ appeared first on Odisha Reporter.
from Odisha Reporter https://ift.tt/38dDFtC
No comments:
Post a Comment