ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଘଟଣାକୁ ନେଇ ବିଧାନସଭାରେ ଥମୁନି ତାତି । ଆଜି ପୁଣି ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିଧାୟକମାନେ ହୋହଲ୍ଲା କରିଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ । ଏପରିକି ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ ।

ଏହାପରେ ମଧ୍ୟ ବିଜେପି ବିଧାୟକଙ୍କ ହୋହଲ୍ଲା କମିନଥିଲା ।  ଗୃହ ମୁଲତବୀ ପରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ହାତରେ ପୋଷ୍ଟର ଧରି ଧାରଣା ଦେଇଥିଲେ । ବିଜେଡି-କଂଗ୍ରେସ ଅସାଧୁ ମେଣ୍ଟ ‘ପରୀ’କୁ ନ୍ୟାୟ ଦେବାରେ ପ୍ରତିବନ୍ଧକ ସାଜିଛି । ପରୀକୁ ନ୍ୟାୟ ଦେବା ଆମର ଦାବି ବୋଲି ନାରାବାଜି ଦେଇଥିଲେ ।

The post ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା appeared first on Odisha Reporter.



from Odisha Reporter https://ift.tt/37l5yO6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages