ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଉଥିବା ୨ୟ ଦିନିକିଆରେ ଘରୋଇ ଦଳ ଜବରଦସ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ଦୁଇ ଅଭିଜ୍ଞ ଓପ୍ନର ଡେଭିଡ୍ ୱାର୍ଣ୍ଣର୍ ଓ ଆରୋନ୍ ଫିଞ୍ଚ୍ ପୁଣିଥରେ ଭାରତୀୟ ବୋଲରଙ୍କୁ ନିରାଶ କରିଛନ୍ତି। ଦୁହେଁ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିବା ସହ ପ୍ରଥମ ୱିକେଟ୍ ପାଇଁ ୧୪୨ ରନର ଶତକୀୟ ଭାଗିଦାରୀ କରି ଟିମକୁ ଆଉଏକ ବଡ଼ ସ୍କୋର ଅଭିମୁଖେ ନେଇଛନ୍ତି।
ରିପୋର୍ଟ ଲେଖା ହେଲା ବେଳକୁ ଅଷ୍ଟ୍ରେଲିଆ ୨୭ ଓଭରରେ ୨ ୱିକେଟ୍ ହରାଇ ୧୬୪ ରନ୍ କରିଛି। ୱାର୍ଣ୍ଣର୍ ୭୭ ବଲରେ ୭ ଚୌକା ଓ ୩ ଛକା ସହ ୮୩ ଏବଂ ଫିଞ୍ଚ୍ ୬୯ ବଲରେ ୬ ଚୌକା ଓ ୧ ଛକା ସହ ୬୦ ରନ୍ କରି ଆଉଟ୍ ହୋଇଛନ୍ତି। ଷ୍ଟିଭ୍ ସ୍ମିଥ୍ ୧୯ ଓ ମାର୍ନସ୍ ଲାବୁଶେନ୍ ୧ ରନରେ ବ୍ୟାଟିଂ କରୁଛନ୍ତି।
The post ପୁଣି ଜମିଲେ ୱାର୍ଣ୍ଣର୍ ଓ ଫିଞ୍ଚ୍, ଆଉଏକ ବଡ଼ ସ୍କୋର ଅଭିମୁଖେ ଅଷ୍ଟ୍ରେଲିଆ appeared first on Odisha Reporter.
from Odisha Reporter https://ift.tt/39lvwnv
No comments:
Post a Comment