ପୁଣି ବୋଲରଙ୍କୁ ନିର୍ଧୁମ ଧୁଲେଇ, ଅଷ୍ଟ୍ରେଲିଆ ୩୮୯/୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ପୁଣି ବୋଲରଙ୍କୁ ନିର୍ଧୁମ ଧୁଲେଇ, ଅଷ୍ଟ୍ରେଲିଆ ୩୮୯/୪

ସିଡନୀ: ପୁଣି ଫେଲ୍ ମାରିଲା ଟିମ୍ ଇଣ୍ଡିଆ ବୋଲିଂ ଆଟାକ୍। ପ୍ରଥମ ଦିନିକିଆ ଭଳି ଦ୍ବିତୀୟ ମ୍ୟାଚରେ ବି ଭାରତୀୟ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍। ଇନଫର୍ମ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥଙ୍କ ବିସ୍ଫୋରକ ଶତକ ଏବଂ ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ଆରୋନ୍ ଫିଞ୍ଚ, ମାର୍ନସ୍ ଲାବୁଶେନ୍ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଖେଳାଯାଉଥିବା ୨ୟ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୮୯ ରନର ବିଶାଳ ସ୍କୋର ଛିଡ଼ା କରିଛି। ଯାହାକି ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ସର୍ବାଧିକ ସ୍କୋର। ସିରିଜକୁ କମବ୍ୟାକ୍ ପାଇଁ ଭାରତକୁ ୩୯୦ ରନ୍ କରିବାକୁ ପଡ଼ିବ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍ ସର୍ବାଧିକ ୧୦୪ ରନ୍ କରିଛନ୍ତି। ସେହିପରି ୱାର୍ଣ୍ଣର୍ (୮୩), କ୍ୟାପଟେନ୍ ଫିଞ୍ଚ୍ (୬୦), ଲାବୁଶେନ୍ (୭୦) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ଅପରାଜିତ ୬୩ ରନ୍ କରିଛନ୍ତି। ଭାରତର ସଫଳ ବୋଲର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ୍ ଦେଇ ଗୋଟିଏ ୱିକେ୍ଟ ନେଇଥିବା ବେଳେ ବାକି ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

david warner

ଅଷ୍ଟ୍ରେଲୀୟ କ୍ୟାପଟେନ୍ ଫିଞ୍ଚ୍ ପୁଣିଥରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୱାର୍ଣ୍ଣର ଓ ଫିଞ୍ଚ୍ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ଫିଞ୍ଚ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ୱାର୍ଣ୍ଣର ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ। ୱାର୍ଣ୍ଣର୍ ମାତ୍ର ୩୯ ବଲରେ ଏବଂ ଫିଞ୍ଚ୍ ୬୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୪୨ ରନର ଶତକୀୟ ପାର୍ଟନରଶିପ୍ କରି ଅଷ୍ଟ୍ରେଲିଆର ମୂଳଦୁଆ ପକାଇଥିଲେ।

ପ୍ରଥମ ମ୍ୟାଚରେ ଶତକ ମାରିଥିବା ଫିଞ୍ଚ୍ ୬୦ (୬୯ ବଲ୍, ୬ ଚୌକା, ୧ ଛକା) ରନ୍ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ୱାର୍ଣ୍ଣର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ୱାର୍ଣ୍ଣର୍ ୭୭ ବଲରେ ୭ ଚୌକା ଓ ୩ ଛକା ସହ ୮୩ ରନ୍ କରିଥିଲେ। ତିନି ଓଭର ଭିତରେ ଘରୋଇ ଦଳର ଦୁଇଟି ୱିକେଟ୍ ନେଇ ଭାରତ ମ୍ୟାଚକୁ କମବ୍ୟାକ୍ କରିଥିଲା। କିନ୍ତୁ ସ୍ମିଥ୍ ଭାରତର ଏହି ଖୁସିକୁ ନିରାଶରେ ପରିଣତ କରିଥିଲେ।

ପ୍ରଥମ ମ୍ୟାଚ୍ ଭଳି ଆଜି ପୁଣି ସ୍ମିଥ୍ ଆରମ୍ଭରୁ ହିଁ ଭାରତୀୟ ବୋଲିଂକୁ ଆଟାକ୍ କରିଥିଲେ। ସ୍ମିଥ୍ ଗୋଟିଏ ପରେ ଗୋଟିଏ ଚମତ୍କାର ଶଟ୍ ଖେଳି ଭାରତୀୟ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ। ସ୍ମିଥଙ୍କୁ ସାଥ୍ ଦେଇଥିଲେ ମାର୍ନସ୍ ଲାବୁଶେନ୍। ସ୍ମିଥ୍ ନିଜର ଧୂଆଁଧାର ବ୍ୟାଟିଂ କରି ମାତ୍ର ୬୨ ବଲରେ କ୍ୟାରିୟରର ଏକାଦଶ ଶତକ ପୂରଣ କରିଥିଲେ। ଦୀର୍ଘ ଦେଢ଼ ବର୍ଷ ପରେ ବୋଲିଂ କରିଥିବା ହାର୍ଦ୍ଦିକ ସ୍ମିଥଙ୍କ ଶତକୀୟ ଇନିଂସରେ ବ୍ରେକ୍ ଲଗାଇଥିଲେ।

ସ୍ମିଥ୍ ୬୪ ବଲରେ ୧୪ ଚୌକା ଓ ୨ ଛକା ସହ ୧୦୪ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ରନ୍ ବର୍ଷା କରିଥିଲେ। ଲାବୁଶେନ୍ ଓ ମ୍ୟାକ୍ସୱେଲ୍ ମିଶି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ଲାବୁଶେନ୍ ୬୧ ବଲରେ ୭୦ (୫ ଚୌକା) ରନ୍ କରି ବୁମ୍ରାଙ୍କ ଶିକାର ହୋଇଥିଲେ। ମ୍ୟାକ୍ସୱେଲ୍ ଦମଦାର ବ୍ୟାଟିଂ କରି ମାତ୍ର ୨୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ମ୍ୟାକ୍ସୱେଲ୍ ମାତ୍ର ୨୯ ବଲରେ ୪ ଚୌକା ଓ ୪ ଛକା ସହ ୬୩ ରନ୍ କରିଥିଲେ।

The post ପୁଣି ବୋଲରଙ୍କୁ ନିର୍ଧୁମ ଧୁଲେଇ, ଅଷ୍ଟ୍ରେଲିଆ ୩୮୯/୪ appeared first on Odisha Reporter.



from Odisha Reporter https://ift.tt/2VfPc40

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages