ଦାଦନ ଖଟିବାକୁ ଯାଇ ବନ୍ଧକ ଥିଲେ ୭ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ଦାଦନ ଖଟିବାକୁ ଯାଇ ବନ୍ଧକ ଥିଲେ ୭ ଶ୍ରମିକ

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ପେଟ ପୋଷିବାକୁ ମଧ୍ୟପ୍ରଦେଶ ଯାଇ ଜଣେ ବୋରିଂ ଠିକାଦାର ନିକଟରେ ବନ୍ଧକ ଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଳାହାଣ୍ଡି ପୁଲିସ୍‌।  ସେଠାରେ ସେମାନଙ୍କୁ ମଜୁରୀ ବାବଦକୁ ଟଙ୍କା ଦିଆ ଯାଉ ନ ଥିବା ବେଳେ ଅକଥନୀୟ ନିର୍ଯାତନା ଦିଆଯାଉଥିବା କହିଛନ୍ତି ଉଦ୍ଧାର ଶ୍ରମିକମାନେ। ଏହି ଶ୍ରମିକମାନଙ୍କୁ ଇନ୍ଦୋର ନେଇଥିବା କୃଷ୍ଣଦୁର୍ଗା ନାମକ ଦଲାଲକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି‌।

ସୂଚନାଯୋଗ୍ୟ,  କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରଏନଗୁଡା ଓ ଦାବ୍ରିଗୁଡା ଅଞ୍ଚଳର ୭ଜଣ ଦାଦନ ଖଟିବାକୁ ମଧ୍ୟପ୍ରଦେଶ ଯାଇଥିଲେ।  ସେମାନଙ୍କ ମଧ୍ୟରେ ରଏନଗୁଡାର ୨ ଭାଇ ସମେତ ଦାବ୍ରିରିଗୁଡ଼ାର ୫ ଜଣ ବ୍ୟକ୍ତି ଥିଲେ।

ମାତ୍ର ସେଠାରେ ଜଣେ ବୋରିଂ ଠିକାଦାର ସେମାନଙ୍କୁ ବନ୍ଧକ ରଖିଥିଲେ‌। ମଜୁରୀ ବାବଦକୁ ଟଙ୍କା ଦେଉ ନ ଥିବା ବେଳେ ପାଟି ଖୋଲିଲେ    ନିର୍ଯାତନାର ଶିକାର ହେବାକୁ ପଡ଼ୁଥିଲା। ଏଥିରେ ଅତିଷ୍ଠ ହୋଇ କୌଶଳ କ୍ରମେ ରଏନଗୁଡ଼ାର ଭରତ ମାଝୀ ଓ ଚତୁର ମାଝୀ ନିଜ ପରିବାରକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ‌।

ପରିବାର ଲୋକେ ଏ ନେଇ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ର ଏକ ଟିମ୍‌ ମଧ୍ୟପ୍ରଦେଶ ଯାଇ ଦାଦନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି‌।

The post ଦାଦନ ଖଟିବାକୁ ଯାଇ ବନ୍ଧକ ଥିଲେ ୭ ଶ୍ରମିକ appeared first on Odisha Reporter.



from Odisha Reporter https://ift.tt/3eEjVAJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages