ଚାଷୀ ଆନ୍ଦୋଳନର ‘ହିରୋ’ଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା କଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 27, 2020

ଚାଷୀ ଆନ୍ଦୋଳନର ‘ହିରୋ’ଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା କଲା ପୁଲିସ୍‌

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ବେଳେ ପୁଲିସ୍‌ର ଲାଠିକୁ ବେଖାତିର କରି ୱାଟର କାନନ ଉପରେ ଚଢ଼ି ଏହାକୁ ବନ୍ଦ କରିଥିବା ଯୁବକଙ୍କ ନାଁରେ ପୁଲିସ୍‌ ଏବେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଆରମ୍ଭ କରିଥିବା ଦିଲ୍ଲୀ ଚଲୋ ଶୋଭାଯାତ୍ରାରେ ହରିଆଣାର ଅମ୍ବାଲ ସ୍ଥିତ ଜଣେ ଯୁବ ଚାଷୀ ସାମିଲ ହୋଇଥିଲେ।

ଚାଷୀମାନେ ଦିଲ୍ଲୀ ଯାଉଥିବା ବେଳେ ସେମାନଙ୍କ ହରିଆଣାର କରୁକ୍ଷେତ୍ର ନିକଟରେ ପୁଲିସ୍‌ ଅଟକାଇ ଥିଲା। ଏପରି କି ଉତ୍ତର ଭାରତରେ ଚାଲିଥିବା ପ୍ରବଳ ଶୀତ ଲହରୀ ମଧ୍ୟରେ ପୁଲିସ୍‌ ଚାଷୀଙ୍କ ଉପରକୁ ପାଣି ମାଡ଼ କରିଥିଲା। ଏହା ଦେଖି ୨୬ ବର୍ଷୀୟ ନଭଦୀପ ସିଂହ ସିଧା ୱାଟର କାନନ ଉପରକୁ ଚଢି ଯାଇଥିଲେ। ଏହି ସମୟରେ ପୁଲିସ୍‌ ତାଙ୍କ ଉପରେ ଲାଠିମାଡ଼ ମଧ୍ୟ କରିଥିଲା।


ହେଲେ ସେ କିଛି ବି ଖାତିର ନ କରି ୱାଟର କାନନ ଉପରକୁ ଚଢି ଏହାକୁ ବନ୍ଦ କରି ଦେଇଥିଲେ। ଏହାପରେ ଗାଡ଼ି ଉପରକୁ ସିଧା ଟ୍ରାକ୍ଟର ଟ୍ରଲିକୁ ଡେଇଁଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ନଭଦୀପଙ୍କ ଏହି ବୀରତାକୁ ସୋଶାଲ ମିଡିଆରେ ପ୍ରବଳ ପ୍ରଶଂସା କରାଯାଇଥିଲା।

କିନ୍ତୁ ଏବେ କୃଷି ସଂଗଠନର ନେତା ଜୟ ସିଂହଙ୍କ ପୁଅ ନଭଦୀପଙ୍କ ନାଁରେ ପୁଲିସ୍‌ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। କେବଳ ସେତିକି ନୁହେଁ, ଦଙ୍ଗା ସୃଷ୍ଟି କରିବା ଓ କୋଭିଡ୍‌ ନିୟମ ଉଲ୍ଳଙ୍ଘନ କରିବା ମାମଲା ମଧ୍ୟ ତାଙ୍କ ନାଁରେ ପାରାଓ ପୁଲିସ୍‌ ରୁଜୁ କରିଛି।

ନଭଦୀପ କହିଛନ୍ତି, ମୋ ପାଠପଢ଼ା ପରେ ମୁଁ ମୋ ବାପାଙ୍କ ସହ ମିଶି ଚାଷ କାମ ଆରମ୍ଭ କରିଥିଲି। ମୁଁ ମୋ ଜୀବନ କାଳ ମଧ୍ୟରେ କେବେ ବି ବେଆଇନ କାମ କରିନାହିଁ। ସେଦିନ ଚାଷୀ ଆନ୍ଦୋଳନ କରୁଥିବା ଲୋକଙ୍କ କଷ୍ଟ ସହି ନ ପାରି ମୁଁ ଗାଡ଼ି ଉପରେ ଚଢି ପାଣିକୁ ବନ୍ଦ କରିଦେଇଥିଲି। ଆମେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ସହ ଦିଲ୍ଲୀ ଯିବାକୁ ଚାହୁଁଥିଲୁ। ଯଦି କୌଣସି ଜନ ବିରୋଧୀ ଆଇନ ପାସ୍‌ ହୁଏ, ତା’ହେଲେ ଏହାକୁ ବିରୋଧ କରିବାର ଅଧିକାର ଆମର ରହିଛି ବୋଲି ସେ କହିଛନ୍ତି।

The post ଚାଷୀ ଆନ୍ଦୋଳନର ‘ହିରୋ’ଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା କଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/36fWbQs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages