ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କଟିଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 18, 2020

ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କଟିଲା ପୁଲିସ୍

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ ନୀତି ଅନୁସାରେ ଆଜି ପର୍ଯ୍ୟନ୍ତ ୨୦୦ ନକ୍ସଲ ଆତ୍ମସମର୍ପଣ କରିସାରିଛନ୍ତି। ଏହି ଖୁସିରେ ପୁଲିସ୍ ନକ୍ସଲଙ୍କ ସହ କେକ୍ କାଟିଛନ୍ତି। ବୁଧବାର ୩ ହାର୍ଡକୋର ନକ୍ସଲ ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି।

ନକ୍ସଲଙ୍କୁ ଧରିବା ପାଇଁ ପୁଲିସ୍ ଲକ୍ଷେ ଟଙ୍କାଏ ଲେଖାଏ ପୁରସ୍କାର ରଖିଥିଲା ଛତିଶଗଡ଼ ସରକାର। ବୁଧବାର CRPFର ଡିଆଇଜି ଏବଂ ଦନ୍ତେୱାଡା ପୁଲିସ ନିକଟରେ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସରେଣ୍ଡର କରିଥିବା ନକ୍ସଲ ନାଁ ହେଲା ନନ୍ଦା ରାମ ସୋଢି, ଜୋଟେଲ ମରକାମ, ରଞ୍ଜିସ ମୁଚାକି।

ଏହି ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁଲିସ ସେମାନଙ୍କ ପୁରସ୍କାର ରାଶି ଦେବା ସହ ସେମାନଙ୍କ ଥଇଥାନ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ରାଜ୍ୟ ସରକାର କରିବେ ବୋଲି ଦନ୍ତେୱାଡା SP ଅଭିଷେକ ପଲ୍ଲଭ କହିଛନ୍ତି।

The post ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କଟିଲା ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/2UEVk5l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages