ଦାଦନ ଖଟିବାକୁ ଯାଉଥିଲେ ହାଇଦ୍ରାବାଦ, ଉଦ୍ଧାର ହେଲେ ୫୬ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ଦାଦନ ଖଟିବାକୁ ଯାଉଥିଲେ ହାଇଦ୍ରାବାଦ, ଉଦ୍ଧାର ହେଲେ ୫୬ ଶ୍ରମିକ

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର):“କରୋନା ଯୋଗୁ ୬ ମାସ ହେଲା ଘରେ ବସି ରହିଥିଲୁ। କାମ ଧନ୍ଦା କିଛି ନାହିଁ। କିପରି ଚଳିବୁ, କ’ଣ ଖାଇବୁ। ପିଲାଛୁଆଙ୍କ ମୁହଁରେ କିପରି ଦାନା ଦେବୁ। ଏଠାରେ କିଛି କାମ ନ ପାଇବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାରକୁ ଯାଉଛୁ।” କ୍ଷୋଭ ଭରା କଣ୍ଠରେ ଏପରି କହିଛନ୍ତି ହାଇଦ୍ରାବାଦ ଚାଲାଣ ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳଷ୍ଟେସନରୁ ଉଦ୍ଧାର ହୋଇଥିବା ୫୬ ଦାଦନ ଶ୍ରମିକ ।

ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୨୫ ଜଣ ପୁରୁଷ, ୨୩ ଜଣ ମହିଳା ଓ ୮ଜଣ ଛୋଟ ପିଲା ଅଛନ୍ତି । ସେମାନଙ୍କ ଘର ବଲାଙ୍ଗିର ଓ ନୂଆପଡା ଜିଲ୍ଲା କୋମନା ଅଞ୍ଚଳରେ ବୋଲି ଜଣାଯାଇଛି ।

ଏହି ଦାଦନ ଶ୍ରମିକମାନେ କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସରେ ହାଇଦ୍ରାବାଦର ଏକ ଇଟା ଭାଟିକୁ କାମ କରିବା ପାଇଁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୧୧ଟାରେ ରେଳଷ୍ଟେସନ ଉପରେ ଚଢ଼ଉ କରି ମୋଟ ୫୬ ଜଣଙ୍କୁ ଉଦ୍ଧାର କରିଥିଲା କଣ୍ଟାବାଞ୍ଜି ପୁଲିସ୍‌।

ଦାଦନ ଶ୍ରମିକଙ୍କ କହିବା ଅନୁସାରେ, ଏଠି କାମ ଧନ୍ଦା ଅଭାବରୁ ପ୍ରତ୍ୟେକ ବର୍ଷ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି । କରୋନା ପାଇଁ ଦୀର୍ଘ ଛଅ ମାସ ପର୍ଯ୍ୟନ୍ତ କୌଣସି କାମ ନମିଳିବାରୁ ଘରେ ବସି ରହିଥିଲେ। ଏବେ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ।କଣ୍ଟାବାଞ୍ଜି ଥାନାରେ ସମସ୍ତ ଶ୍ରମିକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

The post ଦାଦନ ଖଟିବାକୁ ଯାଉଥିଲେ ହାଇଦ୍ରାବାଦ, ଉଦ୍ଧାର ହେଲେ ୫୬ ଶ୍ରମିକ appeared first on Odisha Reporter.



from Odisha Reporter https://ift.tt/3kwmlma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages