ଦୀପାବଳି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ଦୀପାବଳି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳି। ସମଗ୍ର ଦେଶରେ ଏହି ଆଲୋକର ପର୍ବକୁ ଧୁମଧାମରେ ପାଳନ କରାଯାଉଛି। କରୋନା ଭାଇରସ ସଂକ୍ରମଣ ଭୟରେ ଲୋକମାନେ ନିଜ ନିଜ ପରିବାର ସହିତ ଏହି ପର୍ବକୁ ପାଳନ କରୁଛନ୍ତି। ଏହି ଅବସରରେ ଶନିବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏବଂ ଅନ୍ୟାନ୍ୟ ନେତାମାନେ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଦୀପାବଳି ସ୍ୱଚ୍ଛତାର ପର୍ବ। ତେଣୁ ପ୍ରଦୂଷଣମୁକ୍ତ, ପରିବେଶ ଅନୁକୂଳ ତଥା ସ୍ୱଚ୍ଛ ଦୀପାବଳି ପାଳନ କରି ପ୍ରକୃତିକୁ ସମ୍ମାନ ଦେବା ଦରକାର। ଗୋଟିଏ ଗୋଟିଏ ଦୀପ ଜାଳି ଆମେ ଆଶା ଏବଂ ସମୃଦ୍ଧିର ପ୍ରଦୀପ ହୋଇ ସମାଜର ଗରିବ, ଦରିଦ୍ର ଏବଂ ଅଭାବୀ ଲୋକଙ୍କ ଜୀବନରେ ଖୁସି ବାଣ୍ଟିବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା। ସମସ୍ତେ ସମୃଦ୍ଧ ଏବଂ ସୁସ୍ଥ ରୁହନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ୱିଟ୍ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

The post ଦୀପାବଳି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା appeared first on Odisha Reporter.



from Odisha Reporter https://ift.tt/38IXBoy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages