ବାଣ ଫୁଟାଇବା ସମୟକୁ ନେଇ ଜିଲ୍ଲାପାଳ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିମତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ବାଣ ଫୁଟାଇବା ସମୟକୁ ନେଇ ଜିଲ୍ଲାପାଳ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିମତ

ଭୋପାଳ: ବାଣ ଫୁଟାଇବାକୁ ନେଇ ଲୋକେ ଏବେ ଦ୍ୱନ୍ଦ୍ୱରେ। କାରଣ ଜିଲ୍ଲାପାଳ କହିଲେ ମାତ୍ର ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଅଛି। ହେଲେ ଗୃହମନ୍ତ୍ରୀ କହିଲେ ସେମିତି କିଛି ନିୟମ ନାହିଁ। ଯାହାକୁ ନେଇ ସାଧାରଣ ଲୋକେ ଏବେ ଦ୍ୱନ୍ଦ୍ୱରେ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ।

ଭୋପାଳ ଜିଲ୍ଲାପାଳ ଅବିନାଶ ଲାବନ୍ୟ ବାଣ ଫୁଟାଇବା ପାଇଁ ଆଦେଶ ଦେବାର ୨୪ ଘଣ୍ଟା ମଧ୍ୟରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଆଦେଶକୁ ବଦଳାଇ ଦେଇଛନ୍ତି। ଜିଲ୍ଲାପାଳ ଗୁରୁବାର ଦିନ କହିଥିଲେ ଯେ ଦୀପାବଳିରେ ମାତ୍ର ୨ ଘଣ୍ଟା (ରାତି ୮ରୁ ୧୦ ପର୍ଯ୍ୟନ୍ତ) ବାଣ ଫୁଟାଇବାକୁ ଅନୁମତି ରହିଛି। ହେଲେ ଗୃହମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି, ସମୟ ସ୍ଥିର ହୋଇ ନାହିଁ। ଦୀପାବଳିକୁ ଅତି ଉତ୍ସାହର ସହିତ ପାଳନ କରିବା ଦରକାର, ହେଲେ କୋଭିଡ କଟକଣାକୁ ଧ୍ୟାନରେ ରଖିବା ଦରକାର।

ଗୃହମନ୍ତ୍ରୀଙ୍କ ଏଭଳି ମତ ପରେ ଗଣମାଧ୍ୟମପ୍ରତିନିଧି ତାଙ୍କୁ ଭୋପାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବାବଦରେ ପଚାରିଥିଲେ, ଜବାବରେ ନରୋତ୍ତମ ମିଶ୍ର କହିଥିଲେ ଯେ ଜିଲ୍ଲାପାଳ ବୋଧହୁଏ ଏନଜିଟିର ନିର୍ଦ୍ଦେଶ ବାବଦରେ କହିଥିବେ। ହେଲେ ଦିପାବଳୀ ଆମର ପର୍ବ, ଏହାକୁ ଆମେ ସମସ୍ତେ ଉତ୍ସାହର ସହିତ ପାଳନ କରିବା ଦରକାର। ସୂଚନାଯୋଗ୍ୟ, ତିନି ଦିନ ପୂର୍ବରୁ କିନ୍ତୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ କରୋନା ଗାଇଡଲାଇନକୁ ଧ୍ୟାନରେ ରଖି ଦିପାବଳୀ ଭଲ ଭାବରେ ପାଳନ କରାଯିବା ଦରକାର।

ତେବେ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ କେବଳ ଦୀପାବଳି ପାଇଁ ନୁହେଁ, ଛଟ୍ ପୂଜା, ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଇଁ ମଧ୍ୟ ଥିଲା। କାରଣ ଏନଜିଟି ନଭେମ୍ବର 9ରେ ଏହି ନିର୍ଦ୍ଦେଶ ଦେଇଥିଲା। ଏନଜିଟି କହିଥିଲା ଯେ ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ସ୍ଥାନରେ ପ୍ରଦୂଷଣ ସ୍ତର ଖରାପ ରହିଛି। ନଭେମ୍ବର ୯ରୁ ୩୦ ମଧ୍ୟରେ ବାଣ ଫୁଟାଇବା ଉପରେ ରୋକ୍ ଲଗାଯିବା ଉଚିତ୍।

The post ବାଣ ଫୁଟାଇବା ସମୟକୁ ନେଇ ଜିଲ୍ଲାପାଳ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିମତ appeared first on Odisha Reporter.



from Odisha Reporter https://ift.tt/35syDHJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages