ପିଣ୍ଡଦାନ ବ୍ୟାନ୍‌ ପରେ ଆଜି ବିନ୍ଦୁସାଗର ଖାଁ ଖାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ପିଣ୍ଡଦାନ ବ୍ୟାନ୍‌ ପରେ ଆଜି ବିନ୍ଦୁସାଗର ଖାଁ ଖାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନଜରରେ ରଖି ଆଜି ବିନ୍ଦୁସାଗରରେ ପିଣ୍ଡଦାନକୁ ବାରଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇ ପାରିବ ନାହିଁ। ଲୋକ ଗହଳିକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ପ୍ରତିବର୍ଷ ପିଣ୍ଡଦାନ ନିମନ୍ତେ ଲୋକଙ୍କ ଗହଳିରେ ଫାଟି ପଡ଼ୁଥିବା ବିନ୍ଦୁ ସାଗର ଏଥର ଖାଁ ଖାଁ ହୋଇ ପଡ଼ଛି  ।

ମହାମାରୀ କରୋନା ସବୁଠୁ ଅଧିକ କଲବଲ କରିଥିଲା ରାଜଧାନୀବାସୀଙ୍କୁ।  ପ୍ରତିଦିନ ଶହଶହ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ଥମିବା ନାଁ ଧରୁ ନ ଥିଲା। ମାତ୍ର ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁ କରୋନା ଏବେ ନିୟନ୍ତ୍ରଣରେ ରହିଛି। ଏବେ ପ୍ରତିଦିନ ୪୦ରୁ ୫୦ ଜଣ ଲେଖାଏ ଆକ୍ରାନ୍ତ ହେଉଛନ୍ତି।

ତେବେ ଆଗକୁ ଆହୁରି ଶୀତ ବ‍ଢ଼ିବା ସହ ଡିସେମ୍ବର ଦ୍ୱିତୀୟ ସପ୍ତାହରେ କରୋନା ଗ୍ରାଫ୍‌ ପୁଣି ଥରେ ଉପରକୁ ଉଠିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପୂର୍ବରୁ ସତର୍କ କରାଇ ଦେଇଛନ୍ତି। ତେଣୁ ଏବେଠୁ ସତର୍କ ନ ରହିଲେ ପୁଣି ଥରେ କରୋନା ମହାମାରୀ ତାଣ୍ଡବ ରଚିବାର ଆଶଙ୍କା ଦେଖାଦେଇଛି। ସେଥିପାଇଁ ଜନ ଗହଳିକୁ ଏଡ଼ାଇବା ପାଇଁ ବିନ୍ଦୁ ସାଗରରେ ହେବାକୁ ଥିବା ଶ୍ରାଦ୍ଧ ବ୍ୟାନ କରିଛି ବିଏମ୍‌ସି।

The post ପିଣ୍ଡଦାନ ବ୍ୟାନ୍‌ ପରେ ଆଜି ବିନ୍ଦୁସାଗର ଖାଁ ଖାଁ appeared first on Odisha Reporter.



from Odisha Reporter https://ift.tt/35upUoF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages