ଡକାୟତ ଗ୍ୟାଙ୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ, ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

ଡକାୟତ ଗ୍ୟାଙ୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ, ୪ ଗୁରୁତର

ସୋର (ଶଶିକାନ୍ତ ବେହେରା): ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଜୋରଦାର ଖଣ୍ଡ ଯୁଦ୍ଧ। ଯେଉଁଥିରେ ୪ ଜଣ ଗ୍ରାମବାସୀ ଗୁରୁତର ହୋଇଛନ୍ତି। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଯେ ବାଲେଶ୍ୱର ଜିଲ୍ଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡ଼ାପଡ଼ା ଅଞ୍ଚଳରେ।

ଏହି ଅଞ୍ଚଳର ସୁଦାମ ଚରଣ ବାଉଲି ରାତିରେ ନିଜ ଘରକୁ ଫେରୁଥିବା ବେଳେ ପିତାକାଳିଆ ଛକ ନିକଟରେ ୭ଜଣ ଡକାୟତ ତାଙ୍କୁ ଅଟକାଇଥିଲେ। ତେବେ ଏହି ସମୟରେ ସୁଦାମ ସଙ୍ଗେ ସଙ୍ଗେ ନିଜ ତାଙ୍କ ଘର ପାଖ ଲୋକଙ୍କୁ ଫୋନ କରି ଡକାଇଥିଲେ। ଏହା ଦେଖି ଡକାୟତମାନେ ସୁଦାମଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ଠିକଣା ସମୟରେ ସ୍ଥାନୀୟ ଲୋକ ସୁଦାମଙ୍କ ଡାକ ଶୁଣି ପହଞ୍ଚିଯାଇଥିଲେ। ସ୍ଥାର୍ନୀ ଲୋକଙ୍କୁ ବି ଦୁର୍ବୃତ୍ତମାନେ ତେଲେଙ୍ଗା କଟୁରୀ ଓ ବନ୍ଧୁକରେ ଆକ୍ରମଣ କରିଥିଲେ।

ଗ୍ରାମବାସୀ ମାନେ ମଧ୍ୟ ଦୁର୍ବୃତ୍ତମାନଙ୍କ ଆକ୍ରମଣର ପ୍ରତି ଆକ୍ରମଣ କରିଥିଲେ। ଯାହା ଫଳରେ କିଛି ସମୟ ପାଇଁ ଗ୍ରାମବାସୀ ଓ ଡକାୟତ ମାନଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା। ଖବର ପାଇ ସୋର ଥାନା ଏଏସଆଇ ପ୍ରଦୀପ ମହାନ୍ତି, ଏଏସଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସଫଳ ହୋଇଥିଲେ।

ଏହି ଆକ୍ରମଣରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ ଗୁରୁତର ଆହତ ହୋଇ ସୋର ଡାକ୍ତର ଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି। ସେହିପରି ପୁଲିସ୍ କାବୁ କରିଥିବା ଦୁର୍ବୃତ୍ତ ଜଣକ ଆହତ ଜଣକ ମଧ୍ୟ ହୋଇଥିବା ଜଣାପଡିଛି। ପୁଲିସ୍ କାବୁ କରିଥିବା ଦୁର୍ବୃତ୍ତ ଜଣକ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ସେନାପତି ବୋଲି ସୂଚନା ମିଳିଛି।

The post ଡକାୟତ ଗ୍ୟାଙ୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ, ୪ ଗୁରୁତର appeared first on Odisha Reporter.



from Odisha Reporter https://ift.tt/2J92SeM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages