ପାଟନା: ଆଜି ବିହାର ଏନଡିଏର ବୈଠକ ବସିବ। ଏହି ବୈଠକରେ ମେଣ୍ଟ ସ୍ଥିର କରିବ ମୁଖ୍ୟମନ୍ତ୍ରୀ କିଏ ହେବେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ଦଳର ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବା ପରେ ଏହା କହିଥିଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗୁରୁବାର ପ୍ରଥମ ଥର ପାଇଁ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା କରିଥିଲେ। ଯେଉଁଥିରେ ସେ କହିଥିଲେ ଏନଡିଏ ମେଣ୍ଟକୁ ଜନାଦେଶ ମିଳିଛି। ମୁଁ ମୁଖ୍ୟମନ୍ତ୍ରୀ ପାଇଁ ଏଯାବତ ଦାବି କରିନାହିଁ। ଏନଡିଏ ବୈଠକ ଶୁକ୍ରବାର ବସିବ। ଏହି ବୈଠକରେ ସ୍ଥିର ହେବ କିଏ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଶପଥ ଗ୍ରହଣ ବାବଦରେ ମଧ୍ୟ ତାରିଖ ସ୍ଥିର ହୋଇନି ବୋଲି ସେ କହିଛନ୍ତି।
ତେବେ ବୁଧବାର ପ୍ରଧାନମନ୍ତ୍ରୀ ଘୋଷଣା କରି ସାରିଛନ୍ତି ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ଅବସରରେ ମୋଦି ଏହି ଘୋଷଣା କରିଛନ୍ତି।
ସେହିପରି ଏନଡିଏରେ ଏଲଜେପି ରହିବ କି ନାହିଁ ସେ ବାବଦରେ ବିଜେପି ନିଷ୍ପତ୍ତି ହେବ ବୋଲି ନୀତୀଶ କହିଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନ ବେଳେ ଏଲଜେପି ଜେଡିୟୁକୁ ବିରୋଧ କରି ମେଣ୍ଟରୁ ଓହରି ଯାଇଥିଲା। ଏମିତିକି ଏଲଜେପି କ୍ଷମତାକୁ ଫେରିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦୂର୍ନୀତି ଖୋଲିବା ସହିତ ଜେଲରେ ପୁରାଇବେ ବୋଲି ଏଲଜେପି ସଭାପତି ଚିରାଗ କହିଥିଲେ। ହେଲେ ନିର୍ବାଚନ ଫଳାଫଳରେ ସବୁ ଦାବି ଫସର ଫାଟିଛି। ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇ ଏଲଜେପି ୨୦୧୫ ବିଧାନସଭା ନିର୍ବାଚନ ତୁଳନାରେ ଖରାପ ପ୍ରଦର୍ଶନ କରିଛି।
ରାଜନୀତିକ ବିଶେଷଜ୍ଞଙ୍କ ମତ ଅନୁୟାୟୀ ଏଲଜେପି ପାଇଁ ବିଜେପିର ଆସନ ସଂଖ୍ୟା ବୃଦ୍ଧି ହୋଇଛି, ଜେଡିୟୁର ଆସନ ସଂଖ୍ୟା କମିଛି।
The post ଏନଡିଏ ବୈଠକରେ ସ୍ଥିର ହେବ କିଏ ହେବ ମୁଖ୍ୟମନ୍ତ୍ରୀ: ନୀତୀଶ appeared first on Odisha Reporter.
from Odisha Reporter https://ift.tt/2H18g2q
No comments:
Post a Comment