ଆବଶ୍ୟକ ସାମଗ୍ରୀ: ଫୁଲ କୋବି, ମଇଦା, କର୍ଣ ଫ୍ଲୋର, ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଲୁଣ, ତେଲ।
ମଞ୍ଚୁରିଆନ୍ ସସ୍ ପାଇଁ: ସରୁସରୁ ହୋଇ କଟା ହୋଇଥିବା ରସୁଣ, ଅଦା, କଞ୍ଚା ଲଙ୍କା, କ୍ୟାପ୍ସିକମ, ପିଆଜ, ସୋୟା ସସ, ରେଡ୍ ଚିଲି ସସ, ଭିନେଗାର, ଟମାଟୋ ସସ୍, ଚିନି ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ: କୋବିକୁ ମଧ୍ୟମ ସାଇଜର ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ। ଏହାକୁ ଗରମ ପାଣିରେ ୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ। ପରେ ଏହାକୁ ଛାଣି ରଖିଦିଅନ୍ତୁ। ଏବେ ଏକ ପାତ୍ରରେ ମଇଦା, କର୍ଣ ଫ୍ଲୋର, ଲୁଣ, ଲଙ୍କା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। ତା’ପରେ ଅଳ୍ପ ଅଳ୍ପ ପାଣି ଦେଇ ଏହାକୁ ଗୋଳାନ୍ତୁ। ଏ ମିଶ୍ରଣ ବହଳିଆ ହେବ। ଏବେ ଏଥିରେ କୋବି ଖଣ୍ଡଗୁଡ଼ିକୁ ପକାଇ ଭଲ ଭାବେ ଗୋଳାନ୍ତୁ। ତା’ପରେ ଚୁଲିରେ ପ୍ୟାନ ବସାଇ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ କୋବି ଖଣ୍ଡ ଗୁଡିକୁ ପକାଇ ସୁନେଲି ରଙ୍ଗ ହେବ ଯାଏ ଅପେକ୍ଷା କରନ୍ତୁ ଓ ପରେ ଛାଣି ଆଣନ୍ତୁ।
ପରେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ। ଏଥିରେ କଟା ଅଦା, ରସୁଣ ଓ ଲଙ୍କା ପକାଇ ୧ ରୁ ୨ ମିନିଟ ଯାଏ ଭାଜନ୍ତୁ । ବେଶୀ ଭଜିବେ ନାହିଁ। ନଚେତ ମଞ୍ଚୁରିଆନ୍ ପିତା ଲାଗି ପରେ। ଏବେ ଥିରେ ସରୁ ସରୁ ହୋଇ ହୋଇଥିବା ପିଆଜ ଓ କ୍ୟାପ୍ସିକମ୍ ପକାଇ ୧ରୁ ୨ ମିନିଟ ଯାଏ ଭାଜନ୍ତୁ। ପରେ ସେଥିରେ ସୋୟା ସସ୍ ପକାଇ ହାଲକା ଭାଜନ୍ତୁ। ଏଥିରେ ରେଡ୍ ଚିଲି ସସ, ଟମାଟୋ ସସ ଓ ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ କିଛି ପାଣି ଦେଇ ଭଲଭାବେ ଗୋଳାନ୍ତୁ । ଏଥିରେ ଗୋଲ ମରିଚ ଗୁଣ୍ଡ ପକାନ୍ତୁ। ସସ ବହଳିଆ ହେବା ଯାଏ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ। ପରେ ଆଞ୍ଚ ବନ୍ଦ କରି ସସର ସ୍ୱାଦ ଚାଖନ୍ତୁ। ଆବଶ୍ୟକ ପଡିଲେ ନିଜ ସ୍ୱାଦ ଅନୁସାରେ ଲୁଣ ଦେଇ ପାରନ୍ତି।
ସସକୁ ୨ ରୁ ୩ ମିନିଟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ପରେ ଏଥିରେ ଭଜା ହୋଇ ରଖିଥିବ କୋବି ଖଣ୍ଡକୁ ପକାଇ ଭଲଭାବରେ ଗୋଳାନ୍ତୁ। ଏବେ ଏହାକୁ ପ୍ଲେଟକୁ କାଢି ଭାତ କିମ୍ବା ରୁଟି ସହ ପରଷନ୍ତୁ।
The post ଫୁଲ କୋବି ମଞ୍ଚୁରିଆନ୍ appeared first on Odisha Reporter.
from Odisha Reporter https://ift.tt/38EglWc
No comments:
Post a Comment