ଏକାଠି ହେବେ ଅରବାଜ୍‌- ବିବେକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

ଏକାଠି ହେବେ ଅରବାଜ୍‌- ବିବେକ

ମୁମ୍ୱାଇ : ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ଓ ବିବେକ ଓବରଏଙ୍କ ବିବାଦ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ। ୨୦୦୩ରେ ହୋଇଥିବା ଏକ ଘଟଣା ପରେ ଦୁଇ ଷ୍ଟାର ପରସ୍ପରଠାରୁ ଦୂରତା ବଜାୟ ରଖିଛନ୍ତି। ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ ସଲମାନଙ୍କୁ ଭୟ କରୁଛନ୍ତି ବୋଲି ବିବେକ ଏକ ଇଣ୍ଟରଭ୍ୟୁରେ କହିଥିଲେ। ବହୁ ବିବାଦ ପରେ ମଧ୍ୟ ଏବେ ସଲମାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍‌ ବିବେକଙ୍କ ସହିତ ଫିଲ୍ମ କରିବାକୁ ଯାଉଛନ୍ତି।

କୁହାଯାଇଛି ଯେ ଅରବାଜ୍‌ ଓ ବିବେକ ‘ରୋଜି-ଦ ସାଫରନ୍‌ ଚାପ୍ଟର’ ଫିଲ୍ମରେ ଏକାଠି ନଜର ଆସିବେ। ଏହି ଫିଲ୍ମରେ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ଡେବ୍ୟୁ କରିବାକୁ ଯାଉଛନ୍ତି।

 

View this post on Instagram

 

A post shared by Vivek Oberoi (@vivekoberoi)

ଫିଲ୍ମର ନିର୍ମାତା ହେଉଛନ୍ତି ବିବେକ ଓବରଏ ଏବଂ ଏଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅରବାଜଙ୍କୁ ଏଥିରେ ବିବେକଙ୍କ ସହ କଳାକାର ଭାବରେ ଦେଖିବାକୁ ମିଳିବ।

ଏବେ ପ୍ରଶ୍ନ ଉଠୁଛି ଅତୀତରେ ହୋଇଥିବା ବିବାଦ ଯୋଗୁଁ ସଲମାନ୍‌ ବିବେକଙ୍କ ସହିକ ଅରବାଜଙ୍କ କାମ କରିବାକୁ ନେଇ କିପରି ଗ୍ରହଣ କରୁଛନ୍ତି। ତେବେ ଏହାକୁ ନେଇ ସଲମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏବେ ସେ ବିଗବସ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ଖୁବ୍‌ ଶୀଘ୍ର ସଲମାନଙ୍କ ମେଗା ପ୍ରୋଜେକ୍ଟ ଟାଇଗର୍‌ ୩ର ଶୁଟିଂ ଆରମ୍ଭ ହେବ।

The post ଏକାଠି ହେବେ ଅରବାଜ୍‌- ବିବେକ appeared first on Odisha Reporter.



from Odisha Reporter https://ift.tt/2HQnV52

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages