ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି ଟ୍ରମ୍ପ, ଚିନ୍ତାରେ ପତ୍ନୀ ମେଲାନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି ଟ୍ରମ୍ପ, ଚିନ୍ତାରେ ପତ୍ନୀ ମେଲାନିଆ

ଓ୍ୱାଶିଂଟନ: ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ପାଖରୁ ପରାଜୟ ସ୍ୱୀକାର କରିପାରୁ ନାହାନ୍ତି ବିଦାୟୀ ରାଷ୍ଟ୍ରପତି ଡୋନାଲ଼୍ ଟ୍ରମ୍ପ। ଏ ନେଇ ଚିନ୍ତାପ୍ରକଟ କରିଛନ୍ତି ଟ୍ରମ୍ପଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ। ଯଦିଓ ମେଲାନିଆ ସର୍ବସାଧାରଣରେ ଏଭଳି କୌଣସି ସୂଚନା ଦେଇ ନାହାନ୍ତି ହେଲେ ତାଙ୍କ ପରିବାରର ଜଣେ ନିକଟତମ ବ୍ୟକ୍ତି ଏକ ଅନ୍ତର୍ଜାତୀୟ ଟିଭି ଚାନେଲକୁ ଏହି ସୂଚନା ଦେଇଛନ୍ତି। ମେଲାନିଆ ଚାହୁଁଛନ୍ତି ଟ୍ରମ୍ପ ପରାଜୟକୁ ସ୍ୱୀକାର କରିବା ଦରକାର ବୋଲି ସୂଚନା ରହିଛି।

ଗତ ମାସରେ ସ୍ୱାମୀଙ୍କ ନିର୍ବାଚନ ପ୍ରଚାରରେ ମେଲାନିଆ ସାମିଲ୍ ହୋଇଥିଲେ। ସିଏନଏନର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ବାଇଁ ଜାରେଡ କୁଶନର୍ ଏବଂ ତାଙ୍କ ବରିଷ୍ଠ ପରାମର୍ଶଦାତା ଟ୍ରମ୍ପଙ୍କ ପାଖକୁ ଯାଇ ବୁଝାଇବାକୁ ଚେଷ୍ଟା କରିଛନ୍ତି ବୋଲି ସୂଚନା ରହିଛି।

ନିକଟରେ ଟ୍ରମ୍ପ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ  ଟ୍ରମ୍ପ ଦାବି କରିଥିଲେ ଯେ ଡେମୋକ୍ରାଟ୍ ପ୍ରାର୍ଥୀ ବିଜୟୀ ହେବା ମିଛ, କୋର୍ଟରେ ଏହି ନିର୍ବାଚନୀ ଫଳାଫଳକୁ ସେ ଚ୍ୟାଲେଞ୍ଜ କରିଛନ୍ତି ବୋଲି କହିଥିଲେ।

ଜୋ ବିଡେନ ​​ଟ୍ରମ୍ପଙ୍କୁ ପେନସିଲଭାନିଆ ରାଜ୍ୟରେ ବିଜୟ ହାସଲ କରିଥିଲେ। ଏହାପରେ ସେ ରାଷ୍ଟ୍ରପତି ହେବା ପାଇଁ ଆବଶ୍ୟକ ଥିବା ମୋଟ୍ 270 ଆସନକୁ ଅତିକ୍ରମ କରିଥିଲେ। ତେବେ ଡୋଲାଲ୍ଡ ଟ୍ରମ୍ପ ଆମେରିକାର 45 ତମ ରାଷ୍ଟ୍ରପତି ବୋଲି ତାଙ୍କ ଅଫିସିଆଲ୍ ଟ୍ୱିଟର ବାୟୋରେ ଉଲ୍ଲେଖ ହୋଇଯାଇଛି। ତେଣେ ବିଡେନ୍ ଇଣ୍ଡୋ-ଆମେରିକା ସମ୍ପର୍କ ସହିତ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ଜଣାପଡ଼ିଛି। ଖୁବଶୀଘ୍ର ସେ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି।

The post ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି ଟ୍ରମ୍ପ, ଚିନ୍ତାରେ ପତ୍ନୀ ମେଲାନିଆ appeared first on Odisha Reporter.



from Odisha Reporter https://ift.tt/3k9yxZL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages