ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି। ତେବେ ଏହି ପରାସ୍ତକୁ ଗ୍ରହଣ କରିପାରୁ ନାହାନ୍ତି ଟ୍ରମ୍ପ। କରୋନାରେ ସର୍ବାଧିକ କ୍ଷତି ଆମେରିକାରେ ହୋଇଛି। ତେହେ ଫଳାଫଳ ଘୋଷଣା ହେବା ପରେ ଆମେରିକାର ଫାଇଜର କମ୍ପାନୀ ଭ୍ୟାକସିନ୍ ବାବଦରେ ଭଲ ଖବର ଦେଇଛି। ତେବେ ନିର୍ବାଚନର ପାଞ୍ଚ ଦିନ ପୂର୍ବରୁ ଏହି ଖବର ଜଣାପଡ଼ିଥିଲେ ବିଜୟୀ ହୋଇଥାନ୍ତେ ବୋଲି ଟ୍ରମ୍ପ କହିଛନ୍ତି। ଫାଇଜର କମ୍ପାନୀ ନିର୍ବାଚନ ପୂର୍ବରୁ କରୋନା ଟିକା ବାବଦରେ ଘୋଷଣା ନକରିବାରୁ ନିର୍ବାଚନ ଫଳାଫଳ ଏଭଳି ହୋଇଛି ବୋଲି ଟ୍ରମ୍ପ କହିଛନ୍ତି।
The @US_FDA and the Democrats didn’t want to have me get a Vaccine WIN, prior to the election, so instead it came out five days later – As I’ve said all along!
— Donald J. Trump (@realDonaldTrump) November 10, 2020
ଫାଇଜର ଗତକାଲି ଘୋଷଣା କରି କହିଥିଲା ଯେ କୋଭିଡକୁ ରୋକିବାରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ ରହିଛି। ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଟ୍ୱିଟ୍ କରି ଖୁସି ପ୍ରକାଶ କରିଥିଲେ। ତେବେ ଟ୍ୱିଟ୍ କରିବାର କିଛି ଘଣ୍ଟା ପରେ ଆଉ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଏବଂ ଡେମୋକ୍ରାଟ୍ ଦଳ ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ନିର୍ବାଚନ ପୂର୍ବରୁ ଫାଇଜର ଯଦି ଏହି ସୂଚନା ଦେଇଥାନ୍ତା ଭଲ ହୋଇଥାନ୍ତା।
If Joe Biden were President, you wouldn’t have the Vaccine for another four years, nor would the @US_FDA have ever approved it so quickly. The bureaucracy would have destroyed millions of lives!
— Donald J. Trump (@realDonaldTrump) November 10, 2020
ଏହାପରେ ଆଉ ଏକ ଟ୍ୱିଟ କରି ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଯଦି ଜୋ ବିଡେନ ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ଆସନ୍ତା ଚାରି ବର୍ଷ ମଧ୍ୟରେ ଆମେରିକା କେବେ ଟିକା ପାଇ ନଥାନ୍ତା। ଏମିତିିକି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ମଧ୍ୟ ଏତେ ଶୀଘ୍ର ଅନୁମୋଦନ ଦେଇ ନଥାନ୍ତା।
ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୫ ତମ ରାଷ୍ଟ୍ରପତି। ସେ ତାଙ୍କ ପ୍ରଥମ କାର୍ଯ୍ୟକାଳ ଖୁବଶୀଘ୍ର ଶେଷ କରିବାକୁ ଯାଉଛନ୍ତି। ହେଲେ ଦ୍ୱିତୀୟ ଥର ପାଇଁ ସେ ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି। ରାଷ୍ଟ୍ରପତି ଥାଇ ନିର୍ବାଚନ ହାରିବା ନେତାଙ୍କ ମଧ୍ୟରେ ଚାରିଜଣ ଆମେରିକୀୟ ରାଷ୍ଟ୍ରପତିଙ୍କ ତାଲିକାରେ ସେ ସାମିଲ୍ ହୋଇଛନ୍ତି।
The post ପୁଣି ବିଳିବିଳେଇଲେ ଟ୍ରମ୍ପ appeared first on Odisha Reporter.
from Odisha Reporter https://ift.tt/3katAQs
No comments:
Post a Comment