ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ସୋମବାର ରିଲିଜ୍ ହୋଇଯାଇଛି। ତେବେ ଫିଲ୍ମରେ ଅକ୍ଷୟଙ୍କ ଦମଦାର ଟ୍ରାନ୍ସଜେଣ୍ଡର ଲୁକ୍ ବେଶ୍ ଚର୍ଚ୍ଚାରେ ରହିଛି। ଏହାରି ଭିତରେ ଫିଟନେସ୍ ଫ୍ରିକ୍ ମିଲିନ୍ଦ ସୋମନ ମଧ୍ୟ ଏଭଳି କିଛି କନସେପ୍ଟ ନେଇ ଆସିପାରନ୍ତି ବୋଲି କୁହାଯାଉଛି। ଏନେଇ ନିଜେ ମିଲିନ୍ଦ ଟ୍ୱିଟ୍ କରି ଇସାରା ମଧ୍ୟ ଦେଇଛନ୍ତି।
ମିଲିନ୍ଦ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ମହିଳାଙ୍କ ବେଶଭୂଷାରେ ଦେଖିବାକୁ ମିଳିଛି। ଆଖିରେ କଜଳ, ମୁହଁରେ ଗୋଟିଏ ପାର୍ଶ୍ୱରେ ଅନେକ ସିନ୍ଦୁର ଏବଂ ନାକରେ ଏକ ବଡ଼ ନୋଥ ଲଗେଇଥିବା ଦେଖିବାକୁ ମିଳିଛି। ମିଲିନ୍ଦଙ୍କ ଏଭଳି ଲୁକ୍ ଫ୍ୟାନମାନଙ୍କୁ ଉତ୍ସାହିତ କରିଛି। ତେବେ ସେ ଫଟୋଟି ଶେୟାର ସିନା କରିଛନ୍ତି ହେଲେ କ୍ୟାପସନରେ ନିଜର ଏଭଳି ଲୁକ୍ ବାବଦରେ ବିଶେଷ କିଛି ସୂଚନା ଦେଇନାହାନ୍ତି।
Spent the last few days in Karjat near Mumbai, now off to Chennai 🙂 I know its not Holi but when you have the opportunity to act, you don’t question time and space .. pic.twitter.com/wjC16RLnBQ
— Milind Usha Soman (@milindrunning) November 10, 2020
ମିଲିନ୍ଦ ଟ୍ୱିଟରେ ଲେଖିଛନ୍ତି, ମୁମ୍ବାଇ ନିକଟସ୍ଥ କର୍ଜତରେ ଗତ କିଛି ଦିନ ହେଲା ଥିଲି। ଏବେ ଚେନ୍ନାଇ ଫେରୁଛି। ମୁଁ ଜାଣିଛି ଏହା ପବିତ୍ର ଅଟେ। କିନ୍ତୁ ଯେତେବେଳେ ଅଭିନୟ କରିବାର ସୁଯୋଗ ମିଳିଥାଏ। ସେତେବେଳେ ପ୍ରଶ୍ନ ପଚାରିବାକୁ ସମୟ ଓ ସୁଯୋଗ ମିଳିନଥାଏ ବୋଲି ସେ ଲେଖିଛନ୍ତି।
ପ୍ରକାଶ ଥାଉ କି, ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ କିନ୍ନରମାନଙ୍କ ଉପରେ ଆଧାରିତ ପିଲ୍ମ। ହେଲେ ବିଷୟବସ୍ତୁ ଦୃଷ୍ଟିରୁ ଫିଲ୍ମର କାହାଣୀ ଉଚ୍ଚକୋଟୀର ହୋଇନାହିଁ ବୋଲି ମତ ଆସୁଛି। ତେବେ ଅକ୍ଷୟଙ୍କ ଅଭିନୟ ଓ ଡ୍ୟାନ୍ସକୁ ଦର୍ଶକେ ଖୁବ୍ ପ୍ରଶଂସା କରୁଛନ୍ତି।
The post ମିଲିନ୍ଦଙ୍କ କିନ୍ନର ଅବତାର! appeared first on Odisha Reporter.
from Odisha Reporter https://ift.tt/3eQ9n1h
No comments:
Post a Comment