ଗୁଜବ ମୃତ୍ୟୁ ଖବରକୁ ଖଣ୍ଡନ କଲେ ଖୋଦ୍ କପିଲ୍‌ ଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 2, 2020

ଗୁଜବ ମୃତ୍ୟୁ ଖବରକୁ ଖଣ୍ଡନ କଲେ ଖୋଦ୍ କପିଲ୍‌ ଦେବ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ପ୍ରତିଦିନ କିଛି ନା କିଛି ଫେକ୍ ଖବର ଆସୁଛି। ସୋମବାର ଆଉଏକ ବଡ଼ ଗୁଜବ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଥିଲା। କିଛି ଦିନ ତଳେ ଅସୁସ୍ଥ ହୋଇଥିବା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବଙ୍କର ଦେହାନ୍ତ ହୋଇଥିବା ଖବର ଖବର ଦ୍ରୁତ ଗତିରେ ବ୍ୟାପିଥିଲା। ଏଭଳି ସ୍ଥିତି ଖୋଦ୍ କପିଲ୍ ଦେବ ଏହି ଗୁଜବକୁ ଖଣ୍ଡନ କରିବା ସହ ଏକ ଭିଡିଓ ଶେଆର୍ କରିଛନ୍ତି।

ଗତ ଅକ୍ଟୋବର ୨୩ ତାରିଖରେ ୬୧ ବର୍ଷୀୟ କପିଲ୍ ଦେବ ହୃଦଘାତ କାରଣରୁ ଦିଲ୍ଲୀସ୍ଥିତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ହସ୍ପିଟାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଦୁଇଦିନ ପରେ ସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ଶୀଘ୍ର ସେ ଏକ ଶୋ’ରେ ନିଜର କ୍ରିକେଟ୍‌ ଯାତ୍ରାକୁ ନେଇ ସୂଚନା ଦେବେ।

ସୋମବାର କପିଲଙ୍କ ମୃତ୍ୟୁର ଗୁଜବ ଖବର ଭାଇରାଲ୍‌ ହେବା ପରେ ୨୧ ସେକେଣ୍ଡ ବିଶିଷ୍ଟ ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ସମ୍ପୂର୍ଣ୍ଣ ଫିଟ୍ ନଜର ଆସୁଛନ୍ତି। ସେ ଏହି ଭିଡିଓରେ ଏକ ପ୍ରାଇଭେଟ୍‌ ବ୍ୟାଙ୍କର ଏକ ବିଶେଷ କାର୍ଯ୍ୟକ୍ରମରେ କଥାବାର୍ତ୍ତା ହେଉଥିବା କଥା କହିଛନ୍ତି। ସେ କହିଛନ୍ତି, ମୁଁ କପି୍‌ଲ ଦେବ କହୁଛି। ମୁଁ ନଭେମ୍ବର ୧୧ ତାରିଖରେ ‘ବାର୍କଲେ’ ପରିବାର ସହ ନିଜର କାହାଣୀ ଶେଆର୍ କରିଛି। କିଛି କ୍ରିକେଟ୍ ସମ୍ବନ୍ଧିତ କଥା ଏବଂ କିଛି ସ୍ମୃତି ମୁଁ ବର୍ଣ୍ଣନା କରିବି। ପାର୍ବଣ୍ୟ ଋତୁ ଚାଲିଛି, ତେଣୁ ପ୍ରଶ୍ନ ଓ ଉତ୍ତର ପାଇଁ ପ୍ରସ୍ତୁତ ରୁହନ୍ତୁ।

ସୋମବାର ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଥିଲା ଯେ, ୬୧ ବର୍ଷୀୟ କପିଲ୍‌ ଦେବଙ୍କୁ ପୁଣିଥରେ ହସ୍ପିଟାଲରେ ଭାଇରାଲ୍‌ ହୋଇଛି। କିଛି ଲୋକେ ମଧ୍ୟ କପିଲଙ୍କ ଦେହାନ୍ତ ହୋଇଥିବା ଖବର ଭାଇରାଲ୍‌ କରିଥିଲେ। କିନ୍ତୁ କପିଲଙ୍କ ପୂର୍ବତନ ସାଥୀ ଖେଳାଳି ମଦନ ଲାଲ୍ ଟୁଇଟ୍ କରି ଏସବୁ ଗୁଜବ ଖବରକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମଦନ ଲାଲ୍ ଟୁଇଟ୍ କରି ଲେଖିଛନ୍ତି, ମୋ ବନ୍ଧୁ (କପିଲ୍‌ ଦେବ)ଙ୍କର ସ୍ୱାସ୍ଥ୍ୟକୁ ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଅସମ୍ବେଦନଶୀଳ ଏବଂ ଦାୟିତ୍ୱହୀନ। କପିଲ୍ ଦେବ ଏବେ ଦିନକୁ ଦିନ ଅଧିକ ଫିଟ୍‌ ହେବାରେ ଲାଗିଛନ୍ତି।

The post ଗୁଜବ ମୃତ୍ୟୁ ଖବରକୁ ଖଣ୍ଡନ କଲେ ଖୋଦ୍ କପିଲ୍‌ ଦେବ appeared first on Odisha Reporter.



from Odisha Reporter https://ift.tt/3oOfnfA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages